Odisha Link
Bridging the Missing Links in Odisha

ଅଟୋରେ ଜନ୍ମ ହେଲା ପୁତ୍ର ସନ୍ତାନ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାରେ ଜଣେ ଜନନୀ ଅଟୋ ଭିତରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ମହୁଲଡିହା ଥାନା ଧାତିକିଡିହା ଗାଁର ଚକ୍ରଧର ମଢ଼େଇଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ପାଇଥିଲେ। ତେଣୁ ତାଙ୍କୁ ପରିବାର ଲୋକ ଏକ ଅଟୋରେ ମେଡିକାଲ ନେଉଥିଲେ। ହେଲେ ରିଲାଏନ୍ସ ପେଟ୍ରୋଲ ପମ୍ପ ପାଖରେ ଟ୍ରାଫିକ ଜାମ୍ ଯୋଗୁ ଅଟୋଟି ଫସି ଯାଇଥିଲା।

ଅଟୋ ଚାଳକ ଓ ପରିବାର ଲୋକେ ଯେତେ ଅନୁରୋଧ କରିଥିଲେ ମଧ୍ୟ କେହି ରାସ୍ତା ଛାଡ଼ି ନଥିଲେ। ଦୀର୍ଘ ସମୟ ଧରି ଅଟୋଟି ରାସ୍ତାରେ ଛିଡ଼ା ହୋଇଥିଲା। ଶେଷରେ ସେହି ଅଟୋ ଭିତରେ ପ୍ରସୂତି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି।

Comments are closed.