Odisha Link
Bridging the Missing Links in Odisha

ନିଆଁରେ ଜଳି ୨ମହିଳା ଗୁରୁତର

ବ୍ରଜରାଜନଗର: ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ଯୋଗୁ ନିଆଁ ଲାଗି ୨ଜଣ ମହିଳା ଗୁରୁତର ଆହତ । ପ୍ରଥମେ ଆହତଙ୍କୁ ଚିକିତ୍ସା ପାଇଁ ବ୍ରଜରାଜନଗରସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟ ମଣ୍ଡାଳିଆକୁ ନିଆଯାଇଥିଲା।

ପରେ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଆହତମାନେ ହେଲେ ପ୍ରିୟା ଘୋଷ ଓ ମମତା ପାତ୍ର। ଏହି ଦୁର୍ଘଟଣାଟି ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗର ରେ ଘଟିଛି। ଦୁର୍ଘଟଣାରେ ପ୍ରିୟା ଘୋଷଙ୍କର ୪୦ପ୍ରତିଶତ ଓ ମମତାଙ୍କର ୩୦ପ୍ରତିଶତ ଜଳିଥିବା ବ୍ରଜରାଜନଗର ଆଇଆଇସି ନଳିତା ମୋଦୀ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଦୁର୍ଘଟଣା ଆଜି ସକାଳ ୬ଟାରେ ଘଟିଥିଲା। ନିଆଁ ପୂଜାଘର, ରୋଷେଇ ଘର ଓ ବେଡ଼ ରୁମରେ ଲାଗିଥିଲା। ରୋଷେଇ ଘରେ ଥିବା ଫ୍ରିଜ, ପଙ୍ଖା, ବେଡ଼ ରୁମର ସୋଫା, ଆଲମାରି ଓ କପଡା ଆଦି ଜଳି ଯାଇଛି।

ଅଗ୍ନିକାଣ୍ଡ କିଭଳି ଘଟିଲା ଏହାର କାରଣ ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛି। ଘଟଣାର ଅନୁସନ୍ଧାନ ପାଇଁ ସାଇଣ୍ଟିଫିକ ଟିମର ସହାୟତା ନିଆଯାଇଛି। ଟିମ ଆସିଲେ ସେମାନେ ଅନୁସନ୍ଧନ କରିବାରେ ସହଯୋଗ କରିବେ। ପ୍ରାରମ୍ଭିକ ସୂଚନା ଅନୁସାରେ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଉଛି।

Comments are closed.