Odisha Link
Bridging the Missing Links in Odisha

ରୁପା ଛାଉଣୀ ହେବ ଶ୍ରୀମନ୍ଦିର ଦ୍ବାର

ପୁରୀ : ରୁପାରେ ଆଛାଦିତ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାର। ପୂର୍ବରୁ ତିନୋଟି ଦ୍ୱାର ରୁପାରେ ଆଛାଦିତ ହେବ ବୋଲି ନିଷ୍ପତି ନିଆଯାଇଥିଲା କିନ୍ତୁ ଆଉ ୫ଟି ଦ୍ୱାରକୁ ମଧ୍ଯ ରୁପାରେ ଆଛାଦିତ କରାଯିବ। ଏଥିଲାଗି ବିନିଯୋଗ ହେବ ଅଢ଼େଇ ଟନ୍ ରୁପା। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଆଜି ଅପରାହ୍ଣରେ ବସିବ ସ୍ଵତନ୍ତ୍ର ବୈଠକ।

ଛତିଶାନିଯୋଗ ନାୟକ, ପରିଚାଳନା କମିଟି ସଦସ୍ୟ, ପୂଜାପଣ୍ଡା ନିଯୋଗ, ପ୍ରତିହାରୀ ନିଯୋଗ ସହ ଆଲୋଚନା କରାଯିବ।ଛତିଶାନିଯୋଗ ନାୟକ, ପରିଚାଳନା କମିଟି ସଦସ୍ୟ, ପୂଜାପଣ୍ଡା ନିଯୋଗ, ପ୍ରତିହାରୀ ନିଯୋଗ ସହ ଆଲୋଚନା କରାଯିବ।

ଆଜି ବୈଠକରେ ଦ୍ୱାରର ଡିଜାଇନ ଉପରେ ଆଲୋଚନା କରାଯିବ । ପୂର୍ବରୁ ୩ଟି ଦ୍ୱାର ରୂପା ଛାଉଣୀ କରାଯାଇ ସାରିଛି। ଅନ୍ୟ ୫ଟି ଦ୍ୱାରର ଡିଜାଇନ ଯେପରି ପୂର୍ବ ଦ୍ୱାରର ଅନୁରୂପ ହୋଇପାରିବ ସେ ଉପରେ ବୈଠକରେ ଆଲୋଚନା କରାଯିବ।

ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର ଏବଂ ବେହରଣ ଦ୍ୱାର ସହ ମହାଲକ୍ଷ୍ମୀଙ୍କ ଗର୍ଭଦ୍ୱାର, ବିମଳା, ସାତପାହାଚ, ନୃସିଂହ ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ୱାର ରୁପାରେ ଛାଉଣୀ ହେବ। ଏଥିଲାଗି ଜୋରସୋରରେ ଆରମ୍ଭ ହୋଇଛି ପ୍ରସ୍ତୁତି।

Comments are closed.