Odisha Link
Bridging the Missing Links in Odisha

ପୋଡ଼ା ଟ୍ରାନ୍ସଫର୍ମର କହି ଅଡୁଆରେ ଅଭିନେତା

ଜଳେଶ୍ୱର : ଓଡ଼ିଆ ଅଭିନେତା ତଥା ବିଜେଡି ନେତା କୁନା ତ୍ରିପାଠୀ ପୋଡ଼ା ଟ୍ରାନ୍ସଫର୍ମର ଶବ୍ଦ କହି ଅଡୁଆରେ ପଡି ଯାଇଛନ୍ତି। ସେ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ନାଁ ନନେଇ ଏହି ଶବ୍ଦର ବ୍ୟବହାର କରିଥିଲେ ।

ବାଲେଶ୍ଵର ସଦର ନିର୍ବାଚନମଣ୍ଡଳର ସାର୍ଥା ପଞ୍ଚାୟତର ପଞ୍ଚମୀ ପଡ଼ିଆରେ ହୋଇଥିବା ସଭାରେ ଏହି ପରି କହିଥିଲେ, ଯାହା ବିଜେପି ନେତାମାନେ ତୀବ୍ର ସମାଲୋଚନା କରିଛନ୍ତି । ”କିଛିଦିନ ତଳେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ “ସୁଯୋଗ ଆଣିଦେଉଛି” ବୋଲି କହି ବିବାଦରେ ରହିଥିଲେ।

କୁନା ତ୍ରିପାଠୀ କହିଛନ୍ତି, “ହୀରାକୁଦରୁ ଆସୁଛି ବିଜୁଳି ଶକ୍ତି। ଯେଉଁଥିପାଇଁ ଆମ ଘରେ ବଲ୍‌ ଜଳୁଛି ଓ ପଙ୍ଖା ଘୁରୁଛି। ଯଦି ବିଜୁଳି ଶକ୍ତି ସିଧାସଳଖ ହୀରାକୁଦରୁ ଘରକୁ ଆସିବ, ତାହାହେଲେ ଘର ପୋଡ଼ି ଧ୍ୱଂସ ହୋଇଯିବ। ତେଣୁ ବିଜୁଳି ଶକ୍ତିକୁ କଣ୍ଟ୍ରୋଲ୍‌ କରିବା ପାଇଁ ଗୋଟିଏ ଟ୍ରାନ୍ସଫର୍ମର ଦରକାର।

ବିଜୁଳି ଶକ୍ତି ପରି ଘର ଓ ଅଞ୍ଚଳର ବିକାଶ ପାଇଁ ନବୀନବାବୁ ହୀରାକୁଦ ସାଜିଛନ୍ତି। ତେବେ ନବୀନବାବୁ ପଠାଉଥିବା ଶକ୍ତିକୁ କଣ୍ଟ୍ରୋଲ କରିବା ପାଇଁ ଯଦି ଆମ ଲୋକାଲ ଟ୍ରାନ୍ସଫର୍ମର ପଡ଼ିଗଲା, ତାହା ହେଲେ କଥା ସରିଗଲା।

ଏଠି କିଛିଦିନ ପାଇଁ ବସିଥିବା ଟ୍ରନ୍ସଫର୍ମର ନିଜ କାମ କଲାନି ବୋଲି କୁଆଡେ ଏଠାକାର ଭାଇ ଓ ଭଉଣୀମାନେ କଥା ହେଉଛନ୍ତି। ଏବେ ନବୀନବାବୁ ଆଉ ଗୋଟିଏ ନୂଆ ଟ୍ରାନ୍ସଫର୍ମର ଦେଉଛନ୍ତି। ସେ ହେଉଛନ୍ତି ସ୍ୱରୁପ ଦାସ। ତାଙ୍କୁ ଭୋଟ ଦେଇ ଜିତାନ୍ତୁ।

Comments are closed.