Odisha Link
Bridging the Missing Links in Odisha

ଟ୍ରକ ଧକ୍କାରେ ବାଇକ ଚାଳକ ମୃତ

ଜଗତପୁର: ଜଗତପୁର ଖଇରା ପୋଲ ଉପରେ ସାଲେପୁରରୁ କଟକ ଆସୁଥିବା ଏକ ଦଶଚକିଆ ଟ୍ରକ ପଛପଟୁ ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକ ଚାଳକ ଜଣକ ପାର୍ଶ୍ବରେ ଆସୁଥିବା ଏକ କାରରେ ପିଟି ହୋଇ ଟ୍ରକର ପଛ ଚକ୍କା ସାମ୍ନାରେ ପଡ଼ିଥିଲେ ଏବଂ ବାଇକ ଚାଳକଙ୍କ ମୁଣ୍ତ ଉପରେ ଟ୍ରକଟି ଚଢ଼ି ଚାଲିଯାଇଥିଲା। ଘଟଣାସ୍ଥଳରେ ଜଗତପୁର ଥାନା ପୁଲିସ ପହଞ୍ଚି ଗୁରୁତର ଆହତ ଯୁବକଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ପରେ ଡ଼ାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ମୃତକ ହେଉଛନ୍ତି ଜଗତପୁର ଥାନା ଅର୍ନ୍ତଗତ ଭୟରପୁର ଗ୍ରାମର ରଞ୍ଜନ ସାହୁଙ୍କ ପୁଅ ବିଜୟ ସାହୁ ଓରଫ କୁଲୁ। ପେଶାରେ ସେ ଜଣେ ରାଜମିସ୍ତ୍ରୀ। ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ବିଜୟ ସାହୁ ତାଙ୍କ ସହଯୋଗୀ ହେମନ୍ତ ସାହୁଙ୍କୁ ନେଇ କଟକ ନିଜ କାମରେ ଆସୁଥିବା ବେଳେ ଜଗତପୁର ଖଇରା ପୋଲ ଉପରେ ଦୁର୍ଘଟଣାର ଶିକାର ହୋଇଥିଲା।

Comments are closed.