ପାକିସ୍ତାନ ମାନଚିତ୍ରରୁ ହଟିଲା ପିଓକେ, ଗିଲଗିଟ୍-ବାଲଟିସ୍ତାନ

ଲଣ୍ଡନ: ଭାରତର ପଡ଼ୋଶୀ ରାଷ୍ଟ୍ର ତଥା ଆତଙ୍କବାଦୀଙ୍କ ଘର ପାଲଟିଥିବା ପାକିସ୍ତାନକୁ ଜବରଦସ୍ତ ଝଟକା। ଦୀପାବଳି ପୂର୍ବରୁ ଭାରତକୁ ଉପହାର ଦେଇଛି ସାଉଦି ଆରବ। ପାକ୍ ଅଧିକୃତ କଶ୍ମୀର ଓ ଗିଲଗିଟ୍ ବାଲଟିସ୍ତାନ୍ ଅଞ୍ଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦାବି ହେଉଥିବା ବେଳେ ଆରବ ପକ୍ଷରୁ ପ୍ରସ୍ତୁତ ନୂଆ ବିଶ୍ୱ ମାନଚିତ୍ରରେ ପାକିସ୍ତାନରୁ ଏହି ଅଞ୍ଚଳ ଦ୍ୱୟକୁ ବାଦ ଦିଆଯାଇଛି। ଏନେଇ ପିଓକେ ନେତା ଅମଜାଦ ଆୟୁବ ମିର୍ଜା କହିଛନ୍ତି।
ଅମଜାଦ ଆୟୁବ ମିର୍ଜା ବୁଧବାର ଦିନ ଟୁଇଟ୍ କରି କହିଛନ୍ତି ଯେ, ସାଉଦି ଆରବ ପାକିସ୍ତାନୀ ଦଖଲ କରିଥିବା ଜମ୍ମୁ କଶ୍ମୀର ଏବଂ ଗିଲଗିଟ-ବାଲଟିସ୍ତାନ୍କୁ ପାକିସ୍ତାନର ମାନଚିତ୍ରରୁ ହଟାଇ ଦେଇଛି। ଏଭଳି କରି ସାଉଦି ଆରବ ଦିପାବଳୀ ଉପହାର ଦେଇଛି ବୋଲି ଆୟୁବ କହିଛନ୍ତି।
ଜି-୨୦ ସମ୍ମିଳନୀ ନଭେମ୍ବର ୨୧ ଓ ୨୨ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଏହାପୂର୍ବରୁ ସାଉଦି ଆରବ ଏକ ୨୦ ଟଙ୍କିଆ ନୋଟ୍ ଜରି କରିଛି । ଯେଉଁ ନୋଟରେ କି ସାରା ବିଶ୍ବ ମାନଚିତ୍ର ପ୍ରକାଶ ପାଇଛି। ସବୁଠୁ ବଡ଼ କଥା ହେଲା ଏହି ନୋଟରେ ଥିବା ବିଶ୍ବ ମାନଚିତ୍ରରେ ଗିଲଗିଟ୍ ବାଲଟିସ୍ତାନ୍ ଏବଂ କଶ୍ମୀରକୁ ପାକିସ୍ତାନର ଅଂଶ ଭାବରେ ଦର୍ଶଯାଇ ନାହିଁ। ସାଉଦି ଆରବର ଏହି ପଦକ୍ଷେପ ଫଳରେ ପାକିସ୍ତାନକୁ ଜୋରଦାର ଝଟକା ଲାଗିଛି।
ସୂଚନାଥାଉକି, ପୂର୍ବରୁ ସେପ୍ଟେମ୍ବର ମାସରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ନଭେମ୍ବର ୧୫ରେ ଗିଲଗିଟ୍ ବାଲଟିସ୍ତାନ୍ରେ ବିଧାନସଭା ନିର୍ବାଚନ ହେବ ବୋଲି। କେବଳ ଏତିକି ନୁହେଁ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ସରକାର ମଧ୍ୟ ମତ ରଖିଥିଲେ ଯେ, ଜମ୍ମୁ କଶ୍ମୀର, ଲଦାଖ, ଗିଲଗିଟ୍ ,ବାଲଟିସ୍ତାନ୍ ଓ ପିଓକେ ଭାରତର ଅବିଚ୍ଛେଦ ଅଙ୍ଗ।