ଦୀପାବଳି ପରେ ଖୋଲିପାରେ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଖୋଲିପାରେ ସ୍କୁଲ। ସ୍କୁଲ ଖୋଲିବା ନେଇ ଛାତ୍ରଛାତ୍ରୀଙ୍କ ଠାରୁ ଅଭିଭାବକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ପ୍ରଶ୍ନ। ଏହାରି ମଧ୍ୟରେ ସ୍କୁଲ ଖୋଲିବା ନେଇ ଖବର ଆସୁଛି। ରାଜ୍ୟରେ ଦୀପାବଳୀ ପରେ ଖୋଲିପାରେ ସ୍କୁଲ। କେତେକ ରାଜ୍ୟରେ ସ୍କୁଲ ଓ କଲେଜ ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଥିବାରୁ। ଓଡ଼ିଶାରେ ସ୍କୁଲ ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାର ବିଚାର ବିମର୍ଷ ଜାରି ରଖିଛନ୍ତି।
ସ୍କୁଲ ଖୋଲିବା ନେଇ ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷାବିତଙ୍କ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ। ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବାର ସମ୍ଭାବନା ରହିଛି। ଅନଲକ ୫.୦ରେ ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ରାଜ୍ୟ ସରକାରମାନଙ୍କ ହାତରେ ଛାଡ଼ି ଦେଇଛନ୍ତି କେନ୍ଦ୍ର ସରକାର। କିନ୍ତୁ ରାଜ୍ୟରେ କିଭଳି ସ୍କୁଲ ଖୋଲିବ ତାହାର ରୂପରେଖ ଚୂଡ଼ାନ୍ତ ହୋଇନାହିଁ।
ମିଳିଥିବା ସୂଚନା ଅନୁଯାୟୀ ଦୀପାବଳି ପରେ ପ୍ରଥମେ ଅଷ୍ଟମରୁ ଦଶମ ଶ୍ରେଣୀ ପିଲାଙ୍କୁ ବିଦ୍ୟାଳୟ ଆସିବା ପାଇଁ ଅନୁମତି ମିଳିବ। ଛୋଟ ପିଲାମାନେ କରୋନା କଟକଣାକୁ ନ ପାଳନ କରିବାର ଆଶଙ୍କା ଥିବାରୁ ପ୍ରାରମ୍ଭରେ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଶିକ୍ଷା ଦାନ ଆରମ୍ଭ ହେବ।
Comments are closed.