Odisha Link
Bridging the Missing Links in Odisha

ମାଲକାନଗିରିରେ ମାଓ ଷଡଯନ୍ତ୍ର ପଣ୍ଡ

ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ମାଓ ଷଡଯନ୍ତ୍ର ପଣ୍ଡ। ମାଲକାନଗିରି ସିନ୍ଦିପୁଟ ପାଖରେ ପୋଲିସକୁ ବଡ ସଫଳତା ମିଳିଛି। ମାଓବାଦୀଙ୍କ ଦ୍ୱାରା ଲୁଚା ଯାଇଥିବା ଲ୍ୟାଣ୍ଡଲାଇନ୍ ଠାବ କରି ନିଷ୍କ୍ରିୟ କରରାଯାଇଛି। ଏଥିସହ ବିପୁଳ ପରାମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ।

ବିଏସଏଫ ଓ ଆନ୍ଧ୍ର-ଓଡ଼ିଶା ପୋଲିସର ମିଳିତ କମ୍ବିଂ ଅପରେସନ ବେଳେ ୨ଟି ଏସଏଲଆର, ଗୋଟିଏ ୩୦୩ ରାଇଫଲ୍ ଓ ମାଓ ସାମଗ୍ରୀ ଜବତ କରାଯାଇଛି। ମିଳିତ କମ୍ବିଂ ଅପରେସନ ବେଳେ ମାଓବାଦୀ ଖସି ଖସିଯାଇଥିଲେ।

ଏହି ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୁଡ଼ିକ AOBSZC ର ମାଓବାଦୀ କ୍ୟାଡରଙ୍କର ଥିବା ନେଇ ସନ୍ଦେହ କରାଯାଉଛି। ସାଧାରଣ ନାଗରିକ ତଥା ସୁରକ୍ଷା ବାହିନୀ ବିରୁଦ୍ଧରେ ଏହି ଅସ୍ତ୍ରଶସ୍ତ୍ର ଏବଂ ଗୁଳିକୁ ବ୍ୟବହାର କରାଯିବା ପାଇଁ ଉଦ୍ଦିଷ୍ଟ ଥିଲା। ପୁନରୁଦ୍ଧାର ପରେ, ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ କଡାକଡି‌ ଚାଲିଛି।

Comments are closed.