Odisha Link
Bridging the Missing Links in Odisha

ବିପଦରେ ଯାତ୍ରା କଳାକାରଙ୍କ ଜୀବିକା, ରାଜ ରାସ୍ତାରେ ଧାରଣା

ଭୁବନେଶ୍ବର: କରୋନା କଟକଣା ଯୋଗୁଁ ଅନେକ ଲୋକ ନିଜର ଜୀବିକା ହରାଇଛନ୍ତି। ଏହି କାରଣରୁ ଲୋକମାନେ ଅନେକ ସ୍ଥାନରେ ଚୋରି ଆରମ୍ଭ କରିଲେଣି ।

ତେବେ କଳାକାରଙ୍କ ଜୀବିକା ଉପରେ କରୋନା ବେଶ ପ୍ରଭାବିତ କରିଛି । ଯାତ୍ରା ଜଗତ ଓ ଯାତ୍ରା କଳାକାର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ।

ଯାତ୍ରାକୁ ଅନୁମତି ଦେବାକୁ ଦାବି କରି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ କଳାକାରମାନେ ଧାରଣା ଦେଇଛନ୍ତି । ଖୁବଶୀଘ୍ର ଯାତ୍ରାକୁ ଅନୁମତି ଦେବାକୁ ସେମାନେ ଦାବି କରିଛନ୍ତି । ଧାରଣାରେ ଯାତ୍ରାଜଗତର କଳାକାର ଯୋଗଦେଇଥିଲେ ।

Comments are closed.