ସ୍ତ୍ରୀର ଗଳା କାଟିଲା ମଦ୍ୟପ ସ୍ୱାମୀ

କୋରାପୁଟ: ସ୍ତ୍ରୀର ଗଳା କାଟି ହତ୍ୟାକଲା ମଦ୍ୟପ ସ୍ୱାମୀ। ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ସଦର ଥାନା ଧଉଡ଼ାପଦର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତା ମହିଳା ଜଣଙ୍କ ହେଲେ ପାର୍ବତୀ କମାର(୨୪)। ଏହି ଘଟଣାରେ ପୁଲିସ୍ ତାଙ୍କ ସ୍ୱାମୀ କାର୍ତ୍ତିକ ଟାକରି(୨୮)ଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, କାର୍ତ୍ତିକଙ୍କର ଏକ ଚିକେନ ଦୋକାନ ନିକଟସ୍ଥ ମାର୍କଟରେ ରହିଛି। ଗତକାଲି ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ସେ ଘରକୁ ଫେରିଥିଲେ। ସେଠାରେ ପତ୍ନୀ ପାର୍ବତୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏହାପରେ କୁକୁଡ଼ା କାଟିବା ଛୁରୀରେ ସେ ପାର୍ବତୀଙ୍କ ମୁଣ୍ଡକୁ କାଟି ହତ୍ୟା କରିଛନ୍ତି।
ହତ୍ୟାକାଣ୍ଡ ଖବର ପାଇ ସଦର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍ତ୍ତିକଙ୍କୁ ଗିରଫ କରି ନେଇଯାଇଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନାଯୋଗ୍ୟ, ପାର୍ବତୀଙ୍କର ଏକ ୨ ମାସର ଶିଶୁ ପୁତ୍ର ରହିଛି।