Odisha Link
Bridging the Missing Links in Odisha

୩୫ଲକ୍ଷ ଟଙ୍କା ଲୁଟି ନେଲେ ୬ ଦୁର୍ବୃତ୍ତ

କୁଚିଣ୍ଡା: ମାରଣାସ୍ତ୍ର ଦେଖାଇ ୬ ଦୁର୍ବୃତ୍ତ ଲୁଟି ନେଲେ ୩୫ଲକ୍ଷ ଟଙ୍କା। ୨ଜଣ ବ୍ୟାଙ୍କ ଅଧିକାରୀ ଟଙ୍କା ଜମା ରଖିବାକୁ ନିଜ ଗାଡ଼ିରେ ଯିବା ସମୟରେ ଏହି ଅଘଟଣଟି ଘଟିଥିଲା ।

ସୂଚନା ଅନୁଯାୟୀ ଆଜି ଅପରାହ୍ମ ପ୍ରାୟ ସାଢେ ୪ଟାରେ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଲଇମୁରା ଆନ୍ଧ୍ର ବ୍ୟାଙ୍କର ଶାଖା ପରିଚାଳକ, ସହଶାଖା ପରିଚାଳକ ଏକ ଭଡା ବଲେରୋରେ ସମ୍ବଲପୁରରୁ ପ୍ରାୟ ୩୫ଲକ୍ଷ ଟଙ୍କା ଧରି ଲଇମୁରା ଫେରୁଥିଲେ।

କୁଚିଣ୍ଡା ଥାନା ସୀମାନ୍ତ କରଙ୍ଗାମାଲ ନିକଟସ୍ଥ ଠୁଟିପିପେଲସ୍ଥ ଏକ ନିର୍ମାଣଧିନ ପୋଲ ନିକଟରେ ୬ଜଣ ଦୁର୍ବତ୍ତ ଗାଡିକୁ ଅଟକାଇ ବ୍ୟାଙ୍କ ଅଧିକାରୀଙ୍କୁ ମାରଣାସ୍ତ୍ର ଦେଖାଇ ସମସ୍ତ ୩୫ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ।

ସଂପୃକ୍ତ ଅଞ୍ଚଳ ନେଟୱାର୍କ ଲାଗୁନଥିବାରୁ ବ୍ୟାଙ୍କ ଅଧିକାରୀମାନେ ଭୋଜପୁର ନିକଟକୁ ଫେରି କୁଚିଣ୍ଡା ପୁଲିସ ନିକଟରେ ଅଭିଯୋଗ କରିଥିଲେ। କୁଚିଣ୍ଡା ପୁଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳ ପରିଦର୍ଶନ କରିଥିଲା ଏବଂ ସମସ୍ତ ରାସ୍ତାକୁ ସିଲ କରି ଖାନତଲାସ ଆରମ୍ଭ କରିଛି। ଲୁଟେରାମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

Comments are closed.