Odisha Link
Bridging the Missing Links in Odisha

ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ପରଲୋକ

କଟକ: ଆଜି ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ପରଲୋକ ହୋଇଛି। ଶିବ ପାଣିଗ୍ରାହୀଙ୍କୁ ମୃତ୍ୟୁ ବେଳକୁ ୭୮ ବର୍ଷ ହୋଇଥିଲା। କଟକ ସିଡିଏ ସେକ୍ଟର ୬ସ୍ଥିତ ନିଜ ଘରେ ତାଙ୍କର ପରଲୋକ ହୋଇଯାଇଛି। ଏହା ତାଙ୍କ ପୁଅ ରାଜ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସୂଚନାଅନୁସାରେ, ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ ଆଜି ଅପରାହ୍ନରେ ଖାଉ ଥିବା ସମୟରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବି ମେଡ଼ିକାଲ୍‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ପରଲୋକରେ ଓଡ଼ିଶାରେ ଚିତ୍ରଶିଳ୍ପୀ ଜଗତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ଜୁନ ୨ ତାରିଖରେ ଶିବ ପାଣିଗ୍ରାହୀଙ୍କ ପତ୍ନୀଙ୍କ ପରଲୋକ ଘଟିଥିଲା। ପତ୍ନୀଙ୍କ ବିୟୋଗରେ ପରେ ଶିବ ପାଣିଗ୍ରାହୀ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।

Comments are closed.