Odisha Link
Bridging the Missing Links in Odisha

ଘର ଭିତରୁ ୬ ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ପାଟଣାଗଡ଼: ଘର ଭିତରୁ ୬ ଜଣ ସଦସ୍ୟଙ୍କ ମୃତ ଦେହ ଉଦ୍ଧାର। ୬ ଜଣ ସଦସ୍ୟ କମ୍ବଳ ଘୋଡ଼ା ଅବସ୍ଥାରେ ପଡ଼ି ରହି ଥିଲେ। ମୃତ୍ୟୁର କାରଣ ଜଣା ପଡ଼ି ନଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଏହି ଅଭାବନୀୟ ଘଟଣାଟି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଘଟିଛି।

ଘର ଭିତରେ କମ୍ବଳ ଘୋଡ଼ା ଅବସ୍ଥାରେ ପରିବାରର  ୬ ଜଣ ସଦସ୍ୟ ପଡ଼ି ରହିଥିବା ନେଇ ସ୍ଥାନୀୟ ଲୋକ ପୁଲିସ୍‌କୁ ଖବର ଦେଇଥିଲେ।  ସାଇଣ୍ଟିଫିକ୍ ଟିମ୍ ଏବଂ ତଦନ୍ତ ପରେ ପରିବାର ସଦସ୍ୟ ମୃତ ବୋଲି ପାଟଣାଗଡ଼ ଆଇଆଇସି ପ୍ରିୟଙ୍କା ରାଉତରାୟ କହିଛନ୍ତି।

Comments are closed.