Odisha Link
Bridging the Missing Links in Odisha

ଆଦିତ୍ୟ ମୃତ୍ୟୁ ମାମଲା: ହତ୍ୟାର ପ୍ରମାଣ ମିଳିନି

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା। ଦିନ ଗଡ଼ିବା ସହ ଘଟଣାରେ ନୂଆ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛି କ୍ରାଇମବ୍ରଞ୍ଚ। ଅଦ୍ୟାବିଧି ହତ୍ୟା ନେଇ କୌଣସି ପ୍ରମାଣ ମିଳି ନଥିବା ଜଣାଲଲା କ୍ରାଇମବ୍ରାଞ୍ଚ। ଅପ୍‌ ଟୁ ଡେଟ୍‌ ଷ୍ଟାଟସ ରିପୋର୍ଟ ପାଇଁ ସମୟ ମାଗିଛି କ୍ରାଇମବ୍ରାଞ୍ଚ। ତଦନ୍ତ ଅଧିକାରୀଙ୍କୁ କୋଭିଡ଼ ଯୋଗୁଁ ସମୟ ମଗା ଯାଇଛି ବୋଲି କହିଛି କ୍ରାଇମବ୍ରାଞ୍ଚ। ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନଧାର୍ଯ୍ୟ କରାଯାଇଛି।

ପ୍ରକାଶ ଯେ, ବୌଦ୍ଧ ଜିଲ୍ଲାର ତାଳସରଡା ଗ୍ରାମରେ ଜନ୍ମିତ ଆଦିତ୍ୟ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରି ଗତ 28 ତାରିଖରେ ଏକ ଶୋଭାଯାତ୍ରା ସହ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ମିଳିତ ଭାବେ ଏକ ଦାବିପତ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା ।ବୌଦ୍ଧ ତିତିରିକଟା ଠାରେ ଥିବା ବୌଦ୍ଧ ଡିଷ୍ଟିଲାରୀ କମ୍ପାନୀରେ କାର୍ଯ୍ୟ ସମୟରେ ଥାଇ ମଧ୍ୟ ଜଣେ ଠିକା କର୍ମଚାରୀ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ପରବର୍ତ୍ତୀ ସମୟରେ ଉକ୍ତ କର୍ମଚାରୀଙ୍କୁ ବାହାର କରିଦିଆଯାଇଥିବା ସୂଚନା ମିଳିଛି ।ଏହାକୁ ବୌଦ୍ଧ ଜିଲ୍ଲା ଗର୍ଜନ ସେନା ପକ୍ଷରୁ ବିରୋଧ କରାଯାଇଛି ।

Comments are closed.