Odisha Link
Bridging the Missing Links in Odisha

ବାଲକୋନିରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର : ସହିଦନଗରର ଏକ ରିୟଲ ଇଷ୍ଟେଟ ଅଫିସ ବାଲକୋନିରୁ ଏକ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ପିପିଲିର ଯାଜୁଲ୍ୟମାନ ନାଥ। ସେ ମୃତ୍ୟୁ କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ଜଣା ପଡ଼ିନାହିଁ। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଁଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ସୂଚନା ଅନୁସାରେ, ଯାଜୁଲ୍ୟମାନ ରିୟଲ ଇଷ୍ଟେଟ ଅଫିସର ଚତୁର୍ଥ ଶ୍ରେଣୀର କର୍ମଚାରି। ସେ ସେହି ଅଫିସରେ କାମ କରିବା ସହ ସେଠାରେ ରହନ୍ତି। ଆଜି ସକାଳେ ବାଲକୋନିରେ ମୃତଦେହ ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।

Comments are closed.