Odisha Link
Bridging the Missing Links in Odisha

ସଇତାନ୍‌ ମାମୁଁ: ଦୁଷ୍କର୍ମ ପରେ ୫ ବର୍ଷର ଶିଶୁକୁ ପଥରରେ ଛେଚି କଲା ହତ୍ୟା

ଭୁବନେଶ୍ବର: ନିକଟରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ପଥରରେ ଛେଚି ହତ୍ୟା ଅଭିଯୋଗ ହୋଇଥିଲା। ଏହି ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ହତ୍ୟାକାରୀକୁ ଗିରଫ କରିଛି ପୁଲିସ। ହତ୍ୟାକାରୀ ଜଣକ ଯାଜପୁର ଜିଲ୍ଲାର କାଳିଆପାଣି ଗାଁର ଶଙ୍କର ଦେହୁରୀ। ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାପରେ ଧରା ପଡିଯିବା ଭୟରେ ହତ୍ୟା କରିଥିବା ନେଇ ଏସଡିପିଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଥାଉକି, ଗତ ୧୨ ତାରିଖ ଦିନ ଖରଖରି ଗ୍ରାମର ହାଟ ପଛ ପାଖ ବୁଦୁବୁଦିଆ ଜଙ୍ଗଲରେ କେହି ଦୁର୍ବୃତ୍ତ ଗାଁର ବିକ୍ରମ ସୋରେନଙ୍କ ୫ ବର୍ଷର ଝିଅଙ୍କୁ ଦୁଷ୍କର୍ମ ପରେ ନିର୍ମମ ଭାବରେ ହତ୍ୟା କରି ଫୋପାଡି ଦେଇଥିବା ଅଭିଯୋଗ ହୋଇଥିଲା। ତାପର ଦିନ ସକାଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଜଙ୍ଗଲ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଦେଖି ପୁଲିସକୁ ଖବର ଦେଇଥିଲେ।

ପରେ ଘଟଣାସ୍ଥଳରେ ଏସଡିପିଓ, କଙ୍କଡ଼ାହାଡ଼ ଥାନା ଅଧିକାରୀ ଆଶିଷ ଜେନା ଓ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଘଟଣାରେ ଗ୍ରାମରୁ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା ପୁଲିସ। ହେଲେ ସେମାନଙ୍କଠାରୁ କୌଣସି ଖୋରାକ ପାଇ ପାରି ନଥିଲା ପୁଲିସ। ଏଭଳି ଘଟଣାର ୫ଦିନ ପରେ ମୁଖ୍ୟ ଅଭିଯୁକ୍ତ କାଳିଆପାଣିର ଶଙ୍କର୍ଷଣ ଦେହୁରୀଙ୍କୁ କଙ୍କଡାହାଡ଼ ପୁଲିସ ଗିରଫ କରଛି। ମୁଖ୍ୟ ଅଭିଯୁକ୍ତ ଶଙ୍କର୍ଷଣ ମୃତ ଶିଶୁର ସମ୍ପର୍କରେ ଧରମ ମାମୁଁ ହେବ ବୋଲି ସୂଚନା ରହିଛି।

ଗତ ଗୁରୁବାର ଦିନ ଶିଶୁଟି ଧରମ ମାମୁଁ ସହ ସନ୍ଧ୍ୟା ପର୍ଯ୍ୟନ୍ତ ହାଟବୁଲିବା ଓ ଚାଟ ଖାଇଥିଲି। ଏବଂ ସନ୍ଧ୍ୟାପରେ ସେହି ଘଟଣାସ୍ଥଳକୁ ନେଇଯାଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ବିଫଳ ହେବାପରେ ଧରାପଡିଯିବା ଭୟରେ ପଥରରେ ଛେଚି ହତ୍ୟା କରିଥିବା ସ୍ବୀକାର କରିଛି ଶଙ୍କର୍ଷଣ। ହତ୍ୟା କରିଥିବା ଦିନ ଶଙ୍କର୍ଷଣ ପିନ୍ଧିଥିବା ରକ୍ତଭିଜା ପ୍ୟାଣ୍ଟ, ସାର୍ଟ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୂଚନା ଦେଇଛନ୍ତି ।

Comments are closed.