ଭଦ୍ରକ ଓ ଯାଜପୁରରେ ପ୍ରଚଣ୍ଡ ଶବ୍ଦ, ସ୍ଥାନୀୟ ଲୋକେ ଆତଙ୍କିତ

ଭଦ୍ରକ: ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଅଚାନକ ଶୁଭିଲା ଥିଲା ପ୍ରଚଣ୍ଡ ଶବ୍ଦ। ତେବେ ଏହା କାହାର ଶବ୍ଦ ତାହା ଜଣାପଡ଼ି ନାହିଁ । ଅପରାହ୍ନ ୩ଟା ୧୦ ମଧ୍ୟରେ ଶବ୍ଦ ଶୁଭିଥିବା ସୂଚନା ମିଳିଛି। ଭଦ୍ରକର ଭଣ୍ଡାରୀ ପୋଖରୀ ଓ ବନ୍ତ ଅଞ୍ଚଳରେ ଶୁଭି ଥିଲା ଶବ୍ଦ।
ଯାଜପୁର ଟାଉନ୍, ରୋଡ୍, ଧର୍ମଶାଳା, ପାଣିକୋଇଲିରେ ମଧ୍ୟ ଏହି ଶବ୍ଦ ଶୁଭିଲା ଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।