Odisha Link
Bridging the Missing Links in Odisha

ବିନିକାରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ କରୁଥିବାର ଦେଖାଯାଇଛି। ହାତୀପଲ ଶହ ଶହ ଏକର ପରିବା ଚାଷ ନଷ୍ଟ କରି ଦେଇଛନ୍ତି।

ସିନ୍ଦୁରପୁର, ଗଣେଶପୁର, ଗୁଲାପଡାରେ ୨୪ ଟିକିଆ ହାତୀପଲ ଦେଖାଦେଇଥିଲା। ସ୍ଥାନୀୟଲୋକେ ହାତୀପଲଙ୍କ ପାଇଁ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖଥିବା ସୂଚନା ମିଳିଛି।

Comments are closed.