Odisha Link
Bridging the Missing Links in Odisha

“ହାଜତ ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ”: ଲେଖାଶ୍ରୀ

ଭୁବନେଶ୍ୱର : ପୁଲିସ୍ ହାଜତ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ଏହି ପ୍ରସଙ୍ଗରେ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ପୁରୀ ହାଜତ ମୃତ୍ୟୁ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ।

ପିପିଲିରେ ପୁଲିସ୍ ହାଜତରେ ୬ଜଣ ଯୁବକଙ୍କୁ ଯେଉଁଭଳି ନିର୍ମମ ଭାବେ ମାଡ଼ ମରାଯାଇଛି, ସେମାନେ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ପୁଲିସ୍ ଏବେ ଶାସକ ଦଳର ସବୁଠୁ ବଡ଼ ଗୁଣ୍ଡା ସାଜିଛି ଏବଂ ଲୋକଙ୍କୁ ବିନା କାରଣରେ ଉଠାଇ ଆଣି ହାଜତରେ ମାଡ଼ ମାରି ଆତଙ୍କରାଜ ସୃଷ୍ଟି କରୁଛି।

ଲେଖାଶ୍ରୀ ଆହୁରି କହିଛନ୍ତି, ସରକାର ସମ୍ପୂର୍ଣ୍ଣ ଭାବେ ବିକାଶର କାମକୁ ଭୁଲିଗଲେଣି। କେବଳ ପ୍ରଶାସନ ଓ ପୁଲିସକୁ ଲଗାଇ ନିର୍ବାଚନ ଜିତିବା ଉପରେ ଗୁରୁତ୍ବ ଦେଉଛନ୍ତି। ଏପରିକି ନିର୍ବାଚନ ଜିତିବା ପାଇଁ ବିରୋଧୀଙ୍କୁ ଧମକାଇବା ଏବଂ ସେମାନଙ୍କ ବିରୋଧରେ ମିଛ ମୋକଦ୍ଦମା କରିବା ଭଳି କାମ କରୁଛନ୍ତି ସରକାର।

Comments are closed.