Odisha Link
Bridging the Missing Links in Odisha

ରାଜଧାନୀରୁ ୪ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୪ ଶିଶୁ ଶ୍ରମିକ ଉଦ୍ଧାର। ଭୁବନେଶ୍ୱର ଚାଇଲ୍ଡଲାଇନ୍ ଏୟାରଫିଲ୍ଡ ପୋଲିସର ସହାୟତାରେ ପଳାଶପାଲିରେ ଥିବା ଏକ ପାଉଁରୁଟି ତିଆରି କାରଖାନାରୁ ଚାରି ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

ଉଦ୍ଧାର ହୋଇଥିବା ୪ ଜଣ ଗଞ୍ଜାମ ଜିଲ୍ଲାରୁ ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ବୟସ ୧୪ ବର୍ଷରୁ କମ୍ ଏବଂ ଜଣଙ୍କ ବୟସ ୧୫ ବର୍ଷ। ଏହି ଚାରିଜଣଙ୍କୁ କାରଖାନା ମାଲିକ ମନୋଜ ଗୌଡା ସେମାନଙ୍କ ଗାଁରୁ ଆଣି ନିଜ ପାଉଁରୁଟି ତିଆରି କାରଖାନାରେ କାମରେ ନିୟୋଜିତ କରାଇଥିଲେ। ଉଦ୍ଧାର ପରେ ସେମାନଙ୍କୁ ରୁଚିକା ଆଶ୍ରୟସ୍ଥଳରେ ରଖାଯାଇଛି।

ଉଦ୍ଧାର ପିଲାମାନଙ୍କ କହିବା ଅନୁଯାୟୀ, ସ୍କୁଲ ବନ୍ଦ ଥିବାରୁ ଏବଂ ଦାରିଦ୍ର୍ୟ ହେତୁ ସେମାନେ କାମ କରିବାକୁ ଆସିଥିଲେ। କାରଖାନା ମାଲିକ ସେମାନଙ୍କୁ ପ୍ରତି ମାସରେ ୪ ହଜାର ଟଙ୍କା ଦେଉଥିବା ସେମାନେ କହିଛନ୍ତି।

Comments are closed.