Odisha Link
Bridging the Missing Links in Odisha

Google Pay ୟୁଜର୍ସଙ୍କୁ ଝଟକା! ନୂଆ ବର୍ଷରୁ ଲାଗିବ …

ନୂଆଦିଲ୍ଲୀ: ଗୁଗୁଲ୍ ପେ ୟୁଜର୍ସଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ସୂଚନା ଅନୁଯାୟୀ, ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଗୁଗୁଲ୍ ପେ ଆସନ୍ତା ବର୍ଷ ଜାନୁୟାରୀରୁ ଏହାର ପେ-ଟୁ-ପେର୍ ପେମେଣ୍ଟ ସୁବିଧା ବନ୍ଦ କରିବାକୁ ଯାଉଛି। ଏହା ବଦଳରେ କମ୍ପାନୀ ପକ୍ଷରୁ ଇନଷ୍ଟେଣ୍ଟ ମନି ଟ୍ରାନ୍ସଫର ପେମେଣ୍ଟ ସିଷ୍ଟମ୍ ଯାେଡା ଯିବ। ଯାହାକୁ ବ୍ୟବହାର କଲେ ଗ୍ରାହକଙ୍କୁ ଚାର୍ଜ ଦେବାକୁ ପଡିବ। ଯାହାକୁ ବ୍ୟବହାର କଲେ ଗ୍ରାହକଙ୍କୁ କିଛିଟା ଦେୟ ଦେବାକୁ ପଡିବ।

ବର୍ତ୍ତମାନ ସମୟରେ ଗ୍ରାହକମାନେ ଉଭୟ ଗୁଗୁଲ୍ ପେ ଆପ୍ ଏବଂ pay.google.com ପ୍ଲାଟଫର୍ମ ମାଧ୍ୟମରେ ଟ୍ରାଞ୍ଜାକ୍ସନ କରୁଛନ୍ତି। ତେବେ ଗୁଗୁଲର ବିଜ୍ଞପ୍ତି ଅନୁଯାୟୀ ଉପଭୋକ୍ତାମାନଙ୍କ ପାଇଁ ଏହାର ୱେବ୍ ପେମେଣ୍ଟ ସେବା ଆସନ୍ତା ବର୍ଷ ଜାନୁୟାରୀରୁ କାମ କରିବ ନାହିଁ।

ଗୁଗୁଲର ସୂଚନା ଅନୁଯାୟୀ, ଯେତେବେଳେ ୟୁଜର୍ସମାନେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାଞ୍ଜାକ୍ସନ କରୁଛନ୍ତି ସେତେବେଳେ ଏକରୁ ତିନି ବିଜନେସ୍ ଡେ ସମୟ ଲାଗିଥାଏ। ଯଦିଓ ଡେବିଟ୍ କାର୍ଡରୁ ଟଙ୍କା ତୁରନ୍ତ ସ୍ଥାନାନ୍ତରିତ ହୋଇଥାଏ। ଯେଉଁଥିପାଇଁ ୧.୫% କିମ୍ବା ୦.୩୧ ଡଲାରର ଚାର୍ଜ ଆଦାୟ କରାଯାଇଥାଏ। ଏଭଳି ସ୍ଥଳେ ପରିସ୍ଥିତିରେ ତୁରନ୍ତ ଟଙ୍କା ଟ୍ରାନ୍ସଫର ଉପରେ ଗୁଗୁଲ ପକ୍ଷରୁ ଚାର୍ଜ ଆଦାୟ କରାଯାଇପାରେ। ତେବେ ବର୍ତ୍ତମାନ ସମୟରେ ଗୁଗୁଲ୍ ସେବାଗୁଡିକ ମାଗଣା ରହିଛି।

9to5Google ର ରିପୋର୍ଟ ଅନୁସାରେ ୨୦୨୧ ର ପ୍ରାରମ୍ଭରେ ୟୁଜର୍ସ pay.google.com ପ୍ଲାଟଫର୍ମରେ ଯାଇ ପଇସା ପଠାଇ ପାରିବେନି କିମ୍ବା ପାଇ ପାରିବେନି। ପଇସା ଟ୍ରାନ୍ସଫର କରିବା ପାଇଁ ସେମାନଙ୍କୁ ଗୁଗଲ ପେ ଆପ ବ୍ୟବହାର କରିବାକୁ ପଡିବ। ଅର୍ଥାତ୍ ଗୁଗଲ ଆଗାମୀ ବର୍ଷରୁ pay.google.com ର ସୁବିଧା ବନ୍ଦ କରିଦେବ । ଏହା ବଦଳରେ ଗୁଗଲ ଏକ ନୂଆ ପେମେଣ୍ଟ ଆପ୍ ଆଣିବା ପାଇଁ ପ୍ରସ୍ତୁତ ହେଉଛି।

Comments are closed.