Odisha Link
Bridging the Missing Links in Odisha

ବିଦେଶକୁ ଯାତ୍ରୀ ବିମାନ ଚଳାଚଳ ବାତିଲ୍

ନୂଆଦିଲ୍ଲୀ: ବଦଳିଲା ଡିସେମ୍ବର ଗାଇଡଲାଇନ। କରୋନା ମହମାରୀ ପାଇଁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଡିସେମ୍ବର ମାସ ପାଇଁ ଜାରି କରିଥିବା ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଦେଇଥିବା ଅନୁମତିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତିଲ କରାଯାଇଛି।

ଡିସେମ୍ବର ଗାଇଡଲାଇନରେ ସାମ୍ୟନ୍ୟ ପରିବର୍ତ୍ତନ ଆଣି କେନ୍ଦ୍ର ଏହାକୁ ବାତିଲ କରରାଯାଇଛି। ଡିସେମ୍ବର ୩୧ ତାରିଖ ଯାଏଁ ବିଦେଶକୁ ବିମାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ତେବେ ମାଲବାହୀ ବିମାନ ଚଳାଚଳ ଉପରେ କଟକଣା ନାହିଁ। ବୁଧବାର ଜାରି କରାଯାଇଥିବା ଗାଇଡଲାଇନରେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିଥିଲା।

Comments are closed.