Odisha Link
Bridging the Missing Links in Odisha

ବୋଲେରୋକୁ ଧକ୍କା ଦେଇ ଜଳିଗଲା କଣ୍ଟେନର

ଭଦ୍ରକ: ସଡ଼କ ଦୁର୍ଘଟଣାରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ବୋଲେରୋକୁ ଧକ୍କା ଦେବା ପରେ କଣ୍ଟେନର୍ ଜଳିଯାଇଛି। ଏହି ଦୁର୍ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଏନ୍ଏଚ୍-୧୬ରେ ଥିବା ଭଦ୍ରକର ବୀଣା ପେଟ୍ରୋଲ ପମ୍ପ ନିକଟରେ ଘଟଣାଟି ଘଟିଛି।

କଣ୍ଟେନରର ଜଳି ଯିବା ଫଳରେ ଡ୍ରାଇଭର ଓ ବୋଲେରୋରେ ଥିବା ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। କଣ୍ଟେନରରେ ଫ୍ଲିପ୍‌କାର୍ଟ ସାମଗ୍ରୀ ପାର୍ସଲ ଥିଲା ଓ ଏହା ମୁମ୍ବାଇରୁ କୋଲକାତା ଯାଉଥିଲା।

ତେବେ ଡାହାଣୀଗଡ଼ିଆ ଛକରେ ବୋଲେରୋକୁ ଧକ୍କା ଦେବା ପରେ କଣ୍ଟେନରରେ ନିଆଁ ଲାଗି ଯାଇଥିଲା। ଗାଡ଼ିରେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ଏନେଇ ଭଦ୍ରକ ଟାଉନ୍ ଥାନା ପୁଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି।

Comments are closed.