Odisha Link
Bridging the Missing Links in Odisha

ଡିସେମ୍ବର ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର: ଆଜି ଡିସେମ୍ବର ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡଲାଇନ୍‌ ଅନୁଯାୟୀ ଡିସେମ୍ବର ପହିଲାରୁ ସମସ୍ତ ସରକାରୀ ଅଫିସରେ ୭୫ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ। ପ୍ରତି ଶନିବାର ଓ ରବିବାର ଦିନ ବନ୍ଦ ରହିବ ସରକାରୀ ଅଫିସ୍‌।

ଏସଆରସି- ଓଏସ୍‌ଡିଏମ୍‌ଏ ଅଫିସ୍‌ରେ ୧୦୦ ପ୍ରତିଶତ କର୍ମଚାରୀରେ ଚାଲିବ। ସ୍ବାସ୍ଥ୍ୟ ସେବା ଏବଂ ଅଗ୍ନିଶମ ସେବା ୧୦୦ ପ୍ରତିଶତ କର୍ମଚାରରେ ଚାଲିବ। ବିଭାଗୀୟ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ ଉପସ୍ଥିତ ରହିବେ।

Comments are closed.