Odisha Link
Bridging the Missing Links in Odisha

ପାଠକଙ୍କ ସଂପତ୍ତି ଖୋଜିବ ଏସ୍ ଆଇ ଟି

ଭୁବନେଶ୍ବର: ଆଇ ଏଫ ଏସ୍‌ ଅଭୟକାନ୍ତ ପାଠକ ମାମଲାରେ ୨୦ ଜଣିଆ ଏସ୍ଆଇଟି ଟିମ୍‌ ଗଠିତ। ଭିଜିଲାନ୍ସ ନିର୍ଦ୍ଦେଶାଳୟ ନବଗଠିତ ଏସ୍‌ ଆଇ ଟିର ପ୍ରଥମ ବୈଠକ। ତଦନ୍ତ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

ତାଙ୍କ ପାଖରେ ଏତେ ସମ୍ପତ୍ତି କେଉଁଠୁ ଆସିଲା ତାହା ତଦନ୍ତ ହେବ। ତଦନ୍ତ ପ୍ରକ୍ରିୟାରେ ବ୍ୟାଙ୍କ ଓ ବନ ଅଧିକାରୀଙ୍କୁ ଜେରା କରାଯିବ। ସଂପର୍କୀୟ, କର୍ମଚାରୀ ଓ ସହଯୋଗୀଙ୍କ ମଧ୍ୟ ବୟାନ ରେକର୍ଡ଼ ହେବ। ଦାମୀ ଗାଡ଼ି କିଣାଯାଇଥିବା ଫାର୍ମ ବି ଜେରାର ସମ୍ମୁଖୀନ ହେବ।

Comments are closed.