Odisha Link
Bridging the Missing Links in Odisha

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୮ ବଖରା ଘର

ଆନନ୍ଦପୁର: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୮ ବଖରା ଘର। ଏଥିସହ ୭ଟି ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ। ଏଭଳି ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ବ୍ଲକ ଦୁଡୁଗାଁରେ। ଏହି ଅଗ୍ନିକାଣ୍ଡରେ ୧୦ ପରିବାର ୧୮ ବଖରା ଘର ପାଉଁଶ ହୋଇଯାଇଛି।

ଏହି ଅଗ୍ନିକାଣ୍ଡରେ ରମାକାନ୍ତ ଦାସଙ୍କ ୪ ବଖରା, ଗୟାଧର ଦାସଙ୍କ ୨ ବଖରା, ଭରତ ଚନ୍ଦ୍ର ଦାସଙ୍କ ୧ ବଖରା, ଅଭିମନ୍ୟୁ ଦାସଙ୍କ ୧ ବଖରା, ଚୈତନ୍ୟ ଦାସଙ୍କ ୨ ବଖରା, ଶଙ୍କର୍ଷଣ ଦାସଙ୍କ ୧ ବଖରା, ବସନ୍ତ ଦାସଙ୍କ ୧ ବଖରା, ରଞ୍ଜିତା ଦାସଙ୍କ ୨ ବଖରା, ଶରତ ଚନ୍ଦ୍ର ଦାସଙ୍କ ୨ ବଖରା ଏବଂ ପ୍ରକାଶ ଦାସଙ୍କ ୨ ବଖରା ଜଳି ପୋଡି ପାଉଁଶ ହୋଇଯାଇଛି।

ସୂଚନା ଅନୁସାରେ ପ୍ରଥମେ ଗୁହାଳ ଘରେ ନିଆଁ ଲାଗିଥିଲା। ନିଆଁରେ ପ୍ରକୋପ ଏତେ ଭୟଙ୍କର ଥିଲା ଯେ କିଛି ସମୟ ମଧ୍ୟରେ ଚାରିଆଡ଼େ ବ୍ୟାପି ଯାଇଥିଲା। ୧୦ ପରିବାର ୧୮ ବଖରା ଘର ପୋଡି ଜଳି ପାଉଁଶ ହୋଇଗଲା। ଏହି ଅଗ୍ନିକାଣ୍ଡରେ ୨ ଜଣ ବୃଦ୍ଧା ଆହତ ହୋଇଥିବା ଜଣାପଡିଛି। ଗାଁ ଲୋକେ। ରନ୍ଧା ଖାଦ୍ୟ କରି ଅଗ୍ନି ବିପନ୍ନମାନଙ୍କୁ ଦେଇଛନ୍ତି। ପ୍ରଶାସନ ସେମାନଙ୍କ ଥଇଥାନର ସହ ତୁରନ୍ତ କ୍ଷତିପୂରଣ ଭରଣ କରନ୍ତୁ ବୋଲି ଗାଁ ଲୋକେ ଦାବି କରିଛନ୍ତି।

Comments are closed.