Odisha Link
Bridging the Missing Links in Odisha

ସମସ୍ତ ରେଳ ଷ୍ଟେସନରେ ମିଳିବ ମଟକା ଚା’: ରେଳ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ଲାଷ୍ଟିକ ମୁକ୍ତ ଭାରତ ଗଢିତୋଳିବା ପାଇଁ ସରକାର ବିଭିନ୍ନ ପହକ୍ଷେପ ନେଉଛନ୍ତି। ଏହି ଦିଗରେ ଆଉ ପାଦେ ଆଗେଇ ଭାରତୀୟ ରେଳବାଇ ବିଭାଗ। ପ୍ଲାଷ୍ଟିକ୍ ବ୍ୟବହାର ଉପରେ ରୋକ୍‌ ପାଇଁ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଘୋଷଣା କରିଛନ୍ତି ଯେ, ସମସ୍ତ ରେଳ ଷ୍ଟେସନରେ ପ୍ଲାଷ୍ଟିକ କପ୍‌ ବଦଳରେ ଏଣିକି ମାଟି କପ୍ ବା ମଟକାରେ ଚା’ ମିଳିବ। ଦେଶର ସମସ୍ତ ରେଳ ଷ୍ଟେସନରେ ଏହି ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି।

ରାଜସ୍ଥାନର ଅଲୱାର ଜିଲାର ଧିଗୱାରା ରେଳ ଷ୍ଟେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋୟଲ ଯୋଗ ଦେଇ ଉତ୍ତର ପଶ୍ଚିମ ରେଳ ଅଧୀନରେ ନୂତନ ବିଦ୍ୟୁତକରଣ ହୋଇଥିବା ଧିଗୱାରା-ବାଣ୍ଡିକୁଇ ବିଭାଗର ଉଦଘାଟନୀ କରିଥିଲେ। ଏହି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ, ଦେଶର ପ୍ରତ୍ୟେକ ରେଳ ଷ୍ଟେସନରେ ଚା ’ପ୍ଲାଷ୍ଟିକ କପ ବଦଳରେ ଇକୋ ଫ୍ରେଣ୍ଡଲି ମାଟି କପ୍‌ରେ ବିକ୍ରି ହେବ।

ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଆହୁରୀ ମଧ୍ୟ କହିଛନ୍ତି ଯେ, ଦେଶର ବର୍ତ୍ତମାନ ପ୍ରାୟ ୪୦୦ ରେଳ ଷ୍ଟେସନରେ ମାଟି କପ୍‌ରେ ଚା ଦିଆଯାଉଛି। ଭବିଷ୍ୟତରେ ଦେଶର ସମସ୍ତ ରେଳ ଷ୍ଟେସନରେ ଚା ଇକୋ ଫ୍ରେଣ୍ଡଲି ମାଟି କପ୍‌ରେ ବିକ୍ରି କରିବାକୁ ଯୋଜନା କରାଯାଉଛି। ଏହି ପଦକ୍ଷେପ ଏକ ପ୍ଲାଷ୍ଟିକ୍ ମୁକ୍ତ ଭାରତ ପାଇଁ ରେଳବାଇର ଅବଦାନ ହେବ। ମାଟି କପ୍‌ ପରିବେଶକୁ କ୍ଷତି ପହଞ୍ଚାଇବ ନାହିଁ ଏବଂ ଅନ୍ୟପକ୍ଷରେ ଏହା ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବ ବୋଲି ପୀୟୁଷ ଗୋୟଲ କହିଛନ୍ତି।

Comments are closed.