Odisha Link
Bridging the Missing Links in Odisha

ଧାନ ଅମଳ ମେସିନ ଓଲଟି ବାଳକ ମୃତ

ବ୍ରଜରାଜନଗର : ଆଜି ଅପରାହ୍ଣରେ ଏକ ଧାନ ଅମଳ ମେସିନ ଓଲଟି ଜଣେ ନାବାଳକ ମୃତ୍ୟୁ ବରଣ କରିଛି। ମୃତକ ଜଣଙ୍କ ହେଲେ ସୁଜଳ ଭୋଇ। ଏହି ଘଟଣାଟି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଚିଚିଣ୍ଡା ଗ୍ରାମରେ ଘଟିଛି। ପିୟୂଷ ପଟେଲ ନାମକ ବାଳକ ଗୁରୁତର ଆହତ ହୋଇଛି । ଆହତକୁ ଚିକିତ୍ସା ପାଇଁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ସୂଚନା ଅନୁସାରେ, ଚିଚିଣ୍ଡାର ମୁରାରି ଭୋଇଙ୍କର ଏକ ଧାନ ଅମଳ ମେସିନ ଅଛି । ଆଜି ଏହି ମେସିନ ଧରି ମୁରାରୀ ଧାନ ଅମଳ ପାଇଁ ବାସୁଦେବ ପଟେଲଙ୍କ କହିବା ଅନୁସାରେ ତାଙ୍କ କିଆରୀକୁ ଯାଇଥିଲା।

ସେଠାରେ କଟାହୋଇଥିବା ଧାନ କୁ ମେସିନ ସାହାଯ୍ୟରେ ଅମଳ କରିବା ପରେ ବାସୁଦେବ ପଟେଲଙ୍କର ନିକଟରେ ଥିବା ଅନ୍ୟ ଏକ ଧାନ କ୍ଷେତକୁ ଯାଇଥିଲା। ମେସିନ ସହିତ ମୁରାରୀଙ୍କ ପୁଅ ସୁଜଳ ଓ ବାସୁଦେବଙ୍କ ପୁଅ ପୀୟୂଷ ମଧ୍ୟ ଚାଲି ଚାଲି ଯାଉଥିଲେ। ହଠାତ ଧାନ କଟା ମେସିନଟି ଓଲଟି ପଡିବାରୁ ସୁଜଳ ମେସିନ ଦ୍ୱାରା ଚାପି ହୋଇ ଭିତରେ ରହି ଯାଇଥିବା ସମୟରେ ପିୟୂଷ ଆହତ ହୋଇଥିଲା।

ଦୁର୍ଘଟଣାପରେ ମେସିନକୁ ଉଠାଇ ସୁଜଳକୁ ବାହାର କରାଯାଇଥିଲେ ମଧ୍ୟ ସେତେବେଳକୁ ତାର ମୃତ୍ୟୁ ହୋଇସାରିଥିଲା। ଖବର ପାଇ ବ୍ରଜରାଜନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଅନୁସନ୍ଧନ ଚଳାଇଛି।

Comments are closed.