୧୨ ଘଣ୍ଟିଆ ବନ୍ଦ ରହିବ ବୀରମିତ୍ରପୁର

ବୀରମିତ୍ରପୁର: ଆଜି ୧୨ ଘଣ୍ଟିଆ ବନ୍ଦ ରହିବ ବୀରମିତ୍ରପୁର। କଂଗ୍ରେସ କର୍ମୀମାନେ ବୀରମିତ୍ରପୁର ଥାନା ସମ୍ମୁଖରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ଦୋକାନ ବଜାର, ଗାଡିମୋଟର ସବୁ ବନ୍ଦ ରହିଛି।
ସୂଚନାଯୋଗ୍ୟ, କ୍ରସର ମାଲିକ ପ୍ରଦୀପ କୁଣ୍ଡୁଙ୍କ ଅପହରଣ ମାମଲାରେ ବୀରମିତ୍ରପୁର ପୁଲିସ ତାରିକ୍ ସଲିମଙ୍କୁ ଉଠାଇ ଆଣି ଥାନାରେ ପଚରାଉଚରା କରୁଥିଲା। ତେବେ ହାଜତରେ ତାରିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଥିବା ବେଳେ ପରିବାର ଲୋକେ ସିଧାସଳଖ ପୁଲିସ୍କୁ ଦାୟୀ କରିଥିଲେ।
ନ୍ୟାସନାଲ ହ୍ୟୁମ୍ୟାନ୍ ରାଇଟସ୍ କମିଶନଙ୍କ ଗାଇଡଲାଇନ୍ ଅନୁଯାୟୀ ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଏ ଯାଏ ପୁଲିସ୍ କାହାକୁ ଗିରଫ କରି ନାହିଁ। ପୁଅକୁ ହରାଇଥିବା ପରିବାର ଲୋକ ନ୍ୟାୟ ଅପେକ୍ଷାରେ ବସି ରହିଥିବା ବେଳେ ସେମାନଙ୍କ ଆଶା ଦିନକୁ ଦିନ ମଉଳିବାରେ ଲାଗିଛି।