Odisha Link
Bridging the Missing Links in Odisha

ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ୧୨ ବଖରା ଘର

ଯାଜପୁର: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଆସବାବପତ୍ର ସହ ୧୨ ବଖରା ଘର। ଏହି ଅଭାବନୀୟ ଘଟଣାଟି ଯାଜପୁର ଜିଲ୍ଲା ବରୀ ବ୍ଲକ ବାଇସାରିୟା ପଞ୍ଚାୟତ ହରିସ୍ତାଲ ଗାଁରେ ଘଟିଛି।

ସୂଚନା ଅନୁଯାୟୀ ଗତ କାଲି ବିଳମ୍ବିତ ରାତ୍ରିରେ ଯାଜପୁର ଜିଲ୍ଲା ବରୀ ବ୍ଲକ ବାଇସାରିୟା ପଞ୍ଚାୟତ ହରିସ୍ତାଲ ଗାଁରେ ଟିକନ ମଳିକଙ୍କ ଘରେ ନିଆଁ ଲାଗିଯାଇଥିଲା। ଏହାପରେ ନିଆଁ ବ୍ୟାପି ଯାଇ ଭୟାବହ ଅଗ୍ନିକାଣ୍ଡ ହଇଥିଲା।

ଫଳରେ ଅଗ୍ନିକାଣ୍ଡରେ ଜଳିଗଲା ୩ ପରିବାରର ୧୨ ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଆସବାବପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଦମକଳବାହୀନ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Comments are closed.