Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହି ମୃତ

ରାୟଗଡା : ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହି ମୃତ୍ୟୁ ବରଣ କରିଛନ୍ତି। ଏହି ଦୁର୍ଘଟଣାଟି ରାୟଗଡା ଜିଲ୍ଲାରେ ଘଟିଛି। ଦୁଇ ବାଇକ ପରସ୍ପର ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ମୁନିଗୁଡା ଥାନା ଦେଓକୁପୁଲି ଛକ ନିକଟରେ ଉଭୟପଟୁ ଦ୍ରୁତ ବେଗରେ ଆସୁଥିବା ଦୁଇ ବାଇକ ପରସ୍ପରକୁ ମୁହାଁମୁହିଁ ଧକ୍କା ଦେଇଥିଲା। ବାଇକ ଆରୋହୀ ସହ ତିନି ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା।

ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଓ ପୁଲିସକୁ ଖବର ଦେବା ପରେ ସେମାନଙ୍କୁ ମୁନିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ମେଡିକାଲରେ ସେମାନଙ୍କ ଭିତରୁ ଦୁଇ ଜଣ ମୃତ ବୋଲି ଡାକ୍ତର ଘୋଷଣା କରିଛନ୍ତି। ମୃତକ ହେଉଛନ୍ତି ପଶ୍ଚିମବଙ୍ଗର ହାଡୁଗ୍ରାମର ଇଂଲିଶ ଅଞ୍ଚଳର ଆସାମୂଳ ମିର୍ଜା।

ଅନ୍ୟ ଜଣକ କୋଟଗଡ ବ୍ଲକ କାକୁସୁଗୁଡାର ଦିବାକର ମାଝି। ଗୁରୁତର ଆହତ ଜଣଙ୍କ କୋଟଗଡର ସୋନା ପାଟମାଝୀ(୩୮)। ମୃତକ ଦୁଇ ଜଣଙ୍କ ଶବ ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ ବୋଲି ମୁନିଗୁଡା ପୋଲିସ ଆଇଆଇସି ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି। ଆହତ ଜଣଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି।

Comments are closed.