Odisha Link
Bridging the Missing Links in Odisha

୧୨ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ଆଜି ସଂଧ୍ୟା ୬ଟା ୪୫ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ।ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛନ୍ତି ସରକାର। ଏହି ବୈଠକରେ ୧୨ଟି ପ୍ରସ୍ତାବ ଉପରେ ଲାଗିଛି କ୍ୟାବିନେଟ୍ ମୋହର। ବିଧାନସଭାର ସତ୍ତ୍ୱାବସ୍ଥାନ ପ୍ରସ୍ତାବକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରି।

କ୍ୟାବିନେଟ ବୈଠକରେ ରାଜ୍ୟବାସୀଙ୍କ ଚିକିତ୍ସାରେ ଆବ୍ୟଶକତା ଏବଂ ରାଜ୍ୟରେ ଡାକ୍ତର ସଂଖ୍ୟା ବୃଦ୍ଧି କରିବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର କନ୍ଧମାଳ ଜିଲ୍ଲାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରିବାର ନିଷ୍ପତ୍ତି ନେଇଛନ୍ତି। ସେହିପରି କୋରାପୁଟରେ ଥିବା ମେଡିକାଲ କଲେଜ ସଂଖ୍ୟା ୬୫୦କୁ ବୃଦ୍ଧି କରିବା ସହ ଏଥିପାଇଁ ରାଜ୍ୟ ସରକାର ୬୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ସାପୁର୍ଜୀ- ପାଲୋନଜୀ ଆଣ୍ଡ କମ୍ପାନୀକୁ ସରକାର ଏହି ନିର୍ମାଣ କାର୍ଯ୍ୟ ହସ୍ତାନ୍ତର କରିଛନ୍ତି। ସେହିପରି ବରଗଡ଼ରେ ୨ଟି ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏଥିସହ ଚାଷୀଙ୍କ ଆୟ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ରାଜ୍ୟରେ ଏମଏସ୍ ସ୍ବାମୀନାଥନ୍ କମିଟିର ସୁପାରିସ ଲାଗୁ କରିବା ନିଷ୍ପତ୍ତିକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ। ସେହିପରି ଚାଷୀଙ୍କ ଆୟ ଦ୍ବିଗୁଣ କରିବା ଲାଗି ଏମଏସପି ଗୁରୁତ୍ବପୂର୍ଣ୍ଣ ଏବଂ ଏହା ଉତ୍ପାଦନ ମୂଲ୍ୟର ୫୦%ରୁ ଅଧିକ ହେବା ଦରକାର ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଛି । ଉଲ୍ଲେଖଯୋଗ୍ୟ, ୨୦୧୭-୧୮ରେ ମଧ୍ୟ ଏମଏସପି ନେଇ ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା।

Comments are closed.