Odisha Link
Bridging the Missing Links in Odisha

ଫିଟ୍‌ନେସ୍‌ ଟେଷ୍ଟ ପାସ୍‌ କଲେ ରୋହିତ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର। ଟିମ୍‌ ଇଣ୍ଡିଆର ଷ୍ଟାର ଓପନର ରୋହିତ ଶର୍ମା ଶୁକ୍ରବାର ଫିଟ୍‌ନେସ୍‌ ଟେଷ୍ଟ ପାସ୍‌ କରିଛନ୍ତି। ସେ କିଛିଦିନ ହେବ ବାଙ୍ଗୋଲରରେ ଥିବା ଜାତୀୟ କ୍ରିକେଟ ଏକାଡେମୀରେ ପ୍ରଶିକ୍ଷଣ ନେଉଥିଲେ।

ଏହି ୩୩ ବର୍ଷୀୟ ଷ୍ଟାର ଖେଳାଳି ୨୦୨୦ ଆଇପିଏଲ ସମୟରେ ଆହତ ହୋଇଥିଲେ। ପରେ ସେ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍‌ ପଡ଼ିଥିଲେ। ପରେ ରୋହିତଙ୍କ ବାଦକୁ ନେଇ ବହୁ ଚର୍ଚ୍ଚା ଲାଗି ରହିଥିଲା। ପରେ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣଣ୍ଟ ଅଷ୍ଟ‌୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ତାଙ୍କ ନାମ ଘୋଷଣା କରିଥିଲା।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ରୋହିତ ଶୁ୍କରବାର ଦିନ ଫିଟନେସ୍‌ ଟେଷ୍ଟ ପାସ୍‌ କରିଛନ୍ତି। ସେ ଡିସେମ୍ବର ୧୪ ତାରିଖରେ ଅଷ୍ଟ୍ରେଲିଆ ଗସ୍ତ କରିବେ ବୋଲି ମଧ୍ୟ ସୂଚନା ରହିଛି।

ରୋହିତ ଅଷ୍ଟ୍ରେଲିଆରେ ୧୪ ଦିନିଆ କ୍ବାରାଣ୍ଟିନ୍‌ ରହିବେ। ଯାହା ଫଳରେ ପ୍ରଥମ ୨ଟି ଟେଷ୍ଟରୁ ବାଦ ପଡ଼ିବେ ରୋହିତ। ଜାନୁଆରୀ ୭ରୁ ହେବାକୁ ଥିବା ତୃତୀୟ ଟେଷ୍ଟ ରୋହିତ ଖେଳିବା ନେଇ ଚର୍ଚ୍ଚା ଲାଗି ରହିଛି।

Comments are closed.