Odisha Link
Bridging the Missing Links in Odisha

ଏଟିଏମ୍‌ ଲୁଟ୍ ଘଟଣା: ଡେମୋ ଦେଖାଇଲେ ୨ ଲୁଟେରା

ଭୁବନେଶ୍ବର: ପଟିଆ ପିଏନବି ଏଟିଏମରୁ ଲୁଟ୍ ଘଟଣାରେ ଡେମୋ ଦେଖାଇଲେ ଏଟିଏମ ଲୁଟେରା। ଘଟଣାସ୍ଥଳରେ ଏଟିଏମ ଲୁଟ୍ ର ଡେମୋ ଦେଖାଇଲେ ଦୁଇ ଅଭିଯୁକ୍ତ। କିଭଳି ଏଟିଏମ ଲୁଟ୍ କରୁଥିଲେ ସେ ନେଇ ଡେମୋ ଦେଖାଇଲେ।

ଦୁଇ ଅଭିଯୁକ୍ତଙ୍କୁ ଭାଇଜାଗ୍ ସେଣ୍ଟ୍ରାଲ ଜେଲରୁ ତିନି ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ସ୍ପେଶାଲ ସ୍କ୍ୱାର୍ଡ। ପଟିଆ ପିଏନବି ଏଟିଏମ ଲୁଟ୍ କରିବା ପରେ ଲୁଟ୍ ପରେ ଦୁଇ ଅଭିଯୁକ୍ତ ଦିଲ୍ଲୀ, ପଞ୍ଜାବ, ବେଙ୍ଗାଲୁରୁ ଓ ଭାଇଜାଗ୍ ପଳାଇଥିଲେ। ଅକ୍ଟୋବର ୨୦ରେ ଭାଇଜାଗରେ ଏଟିଏମ୍ ଲୁଟ୍ କରୁଥିବା ବେଳେ ସ୍ଥାନୀୟ ପୋଲିସ ଦ୍ବାରା ଧରାପଡିଥିଲେ। ସେଠାରୁ ଦୁଇ ଅଭିଯୁକ୍ତଙ୍କୁ ତିନି ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ସ୍ପେଶାଲ ସ୍କ୍ବାର୍ଡ।

Comments are closed.