Odisha Link
Bridging the Missing Links in Odisha

ନିଜ କର୍ମୀଙ୍କ ମନୋବଳ ବଢ଼ାଇବାକୁ ପୁରନ୍ଦେଶ୍ୱରୀ ଆସିଛନ୍ତି: ସସ୍ମିତ ପାତ୍ର

ଭୁବନେଶ୍ୱର: ଆଜି ବିଜେପିର ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏକ ପ୍ରେସ୍ ମିଟରେ ରାଜ୍ୟ ସରକାରଙ୍କ ବିରୋଧରେ କଡ଼ା ବକ୍ତବ୍ୟ ଦେବା ପରେ ବିଜେଡ଼ି ପକ୍ଷରୁ ଏହାର ଜବାବ ଦିଆଯାଇଛି।

ଏନେଇ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେପି ହାରିବା ପରେ ପୁରନ୍ଦେଶ୍ୱରୀ ଓଡ଼ିଶା ଆସିଛନ୍ତି। ଏହା ବିଜେପି କର୍ମୀଙ୍କ ପରାଜୟ ପରେ ମନୋବଳ ବଢ଼ାଇବାରେ ସହାୟକ ହେବ। ବାଲେଶ୍ୱର ହାତରୁ ଖସିଯିବା ପରେ ବିଜେପି କର୍ମୀ ଭାଙ୍ଗିପଡ଼ିଛନ୍ତି।

କେନ୍ଦ୍ରର ବିଜେପି ସରକାର ଓଡ଼ିଶାକୁ ୫ଟି ପୁରସ୍କାର ଦେଇଛନ୍ତି। ପୁରନ୍ଦେଶ୍ୱରୀ ଅଯଥା କଥା ନ କହି ଏମଏସପି ବଢ଼ାଇବା କଥା କହିଥିଲେ ଭଲ ହୋଇଥାନ୍ତା। ଓଡ଼ିଶା ବିଷୟରେ ପୁରନ୍ଦେଶ୍ୱରୀଙ୍କ ପାଖରେ ତଥ୍ୟ ନାହିଁ ବୋଲି ସସ୍ମିତ କହିଛନ୍ତି।

Comments are closed.