Odisha Link
Bridging the Missing Links in Odisha

ଝଲସିବ ପୁରୁଣା ଭୁବନେଶ୍ବର, ନକ୍ସା ପ୍ରସ୍ତୁତ

ଭୁବନେଶ୍ୱର : ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ପୁରୁଣାଭୁବନେଶ୍ବର ଅଞ୍ଚଳର ଏକ ନକ୍ସା ପ୍ରସ୍ତୁତ କରୁଛି। ଯେଉଁଥିରେ ପୁରୁଣାଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ, ସାଧାରଣ ଲୋକ ଏବଂ ପର୍ଯ୍ୟଟକଙ୍କ ଯାତାୟାତ ପାଇଁ ମୁକ୍ତ ଜାଗା ରହିବ। ଏହାର ବିକାଶ ପାଇଁ ବିଡିଏ ସହରରେ ପ୍ରଥମ କରି ଲୋକାଲ ଏରିଆ ପ୍ଲାନ୍‌ ଅର୍ଥାତ ସ୍ଥାନୀୟ ଅଞ୍ଚଳ ଯୋଜନା(ଏଲ୍‍ଏପି) କାର୍ଯ୍ୟକାରୀ କରିବାକୁ ଯାଉଛି।

ସହରର ବିଭିନ୍ନ ଅଞ୍ଚଳରେ ଏକକାଳୀନ ଭାବେ ଯୋଜନା କାର୍ଯ୍ୟକାରୀ ପୂର୍ବରୁ ପ୍ରଥମେ ପାଇଲଟ ପ୍ରକଳ୍ପ ଭାବେ ପୁରୁଣା ଭୁବନେଶ୍ୱର ଅଞ୍ଚଳକୁ ମନୋନୀତ କରିଛି। ଏକାମ୍ର ବିକାଶ ପ୍ରକଳ୍ପ ସୌନ୍ଦର୍ଯ୍ୟକରଣ ପରିସୀମାରୁ ଚତୁଃପାର୍ଶ୍ବ ବ୍ୟାପି ଅଞ୍ଚଳକୁ ଏଲ୍‌ଏପି ପ୍ରକଳ୍ପରେ ସୌନ୍ଦର୍ଯ୍ୟକରଣ କରାଯିବ।

Comments are closed.