Odisha Link
Bridging the Missing Links in Odisha

ନିଖୋଜ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର

ଜଳେଶ୍ଵର : ବାଲିଆପାଳ ଥାନା ସୁନ୍ଦରକୋଇଲି ଗାଁର ତିନି ଦିନ ଥରି ନିଖୋଜ ଥିବା ୭ ବର୍ଷ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର। ଶିଶୁ କନ୍ୟାର ତଣ୍ଟି କାଟି ହତ୍ୟା କରି ଖାଲରେ ପୋତି ଦେଇ ଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ।

ସମ୍ପର୍କୀୟ ମାମୁଁକୁ ଅଟକ ରଖି ପୋଲିସର ପଚରାଉଚୁରା ଜାରି ରହିଛି । ସେପଟେ ଘଟଣାସ୍ଥଳରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।

ସୂଚନା ଅନୁସାରେ, ଗତ ୧୧ ତାରିଖରେ ଶିଶୁ କନ୍ୟାଟି ନିଜ ଘରଠାରୁ ଅଧ କିମି ଦୂର ସ୍ଥିତ ମାମୁଁ ଘରେ ରହୁଥିଲା । ସେ ନିଜ ଘରୁ ନଅଟା ସମୟରେ ବାହାରି ମାମୁ ଘରେ ପହଞ୍ଚି ଆଈକୁ ଖୋଜିଥିଲ।।

ଆଈକୁ ନ ପାଇ ରାସ୍ତା ଉପରକୁ ବାହାରି ଆସିଥିଲା। ସେଦିନ ଦକ୍ଷିଣ ବାଲିଆ ପାଳ ଅଞ୍ଚଳର ଜମ୍ଭୀରାଇ ସହିତ ଛଅଟି ପଂଚାୟତର ଲୋକେ ପେଟ୍ରୋ କେମିକାଲ ପ୍ଲାଣ୍ଟ ସ୍ଥାପନ ବିରୋଧରେ ୨୫ କିମି ମାନବ ଶୃଙ୍ଖଳ କରିଥିଲେ । ସମସ୍ତେ ଯେ ଯାହାର କାମରେ ବ୍ୟସ୍ତ ଥିଲେ ।

ସନ୍ଧ୍ୟା ସମୟରେ ମାକୁ ନେଉଳିର କଥା ମନେ ପଡିଲା। ମାଆ ନେଉଳିର ମାମୁଁଙ୍କୁ ପଚାରିବା ପରେ ନେଉଳି ନିଖୋଜ ବୋଲି ଜଣା ପଡ଼ିଥିଲା।

Comments are closed.