Odisha Link
Bridging the Missing Links in Odisha

ଆକାଉଣ୍ଟ ଖାଲି କରୁଛନ୍ତି ‘ଜମତରା’ ଗ୍ୟାଙ୍ଗ: ସିପି

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ‘ଜମତରା’ ଗ୍ୟାଙ୍ଗ। ଭିଡ଼ିଓ ଜାରି କରି ସତର୍କ କରାଇଲା ପୁଲିସ। ଓଡ଼ିଶା ସାଇବର ଠକଙ୍କ ଟାର୍ଗେଟରେ ରହି ଆସୁଥିବା ବେଳେ ସାଇବର ଅପରାଧ ପାଠଶାଳା ପାଲଟିଥିବା ଝାଡ଼ଖଣ୍ଡର ଜମ୍ତାର ଶାଖା ରାଜଧାନୀରେ କାର୍ଯ୍ୟ କରୁଛି। ବେକାର ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଜମତରା ପକ୍ଷରୁ ନିଯୁକ୍ତି ମିଳୁଛି ଓ ଆଗକୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଜାଲ ବିଛାଇ ଠକ ଲୁଟିବା ଯୋଜନା ରହିଥିବା ଜଣାପଡ଼ିଥିଲା ଠକଙ୍କ ଅପରେସନ ଏକ ଭିଡ଼ିଓ ଜାରି କରିଛି ପୁଲିସ।

ଆସୁଥିବା ଫୋନ କଲ ଠାରୁ ଦ୍ୱରରେ ରହିବା ଉଦ୍ଦ୍ୟେଶରେ ଏହି ଭିଡ଼ିଓ ଜାରି କରାଯାଇଛି। ଭିଡ଼ିଓ ଦେଖିବାକୁ ମିଳିଛି ଜଣେ ଠକ ନିଜକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କର୍ମଚାରୀ ବୋଲି ପରିଚୟ ଦେଇ ଫୋନରେ ଜଣେ ଗ୍ରାହକଙ୍କ ନିକଟକୁ କଲ୍ କରି ଏଟିଏମ୍ କାର୍ଡରେ ଥିବା ୧୬ ଟିକିଆ ନମ୍ବର ମାଗୁଛନ୍ତି। ସମ୍ପୃକ୍ତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିବା ବେଳେ ଦିଆଯାଇଥିବା ଜନ୍ମ ତାରିଖ ଓ ମାସ ଏବଂ ଏଠିଏମ୍ କାର୍ହରେ ଥିବା ତଥ୍ୟ ସହ ମେଳ ଖାଉ ନଥିବା କହୁଛି ଠକ। ଏଟିଏମ୍ କାର୍ଡରେ ଲେଖାଥିବା ନମ୍ବର ନଦେଲେ ଉଭୟ କାର୍ଡ ଓ ଆକାଉଣ୍ଟକୁ ବନ୍ଦ କରି ଦିଆଯିବାର ଧମ ଦେଉଛି।

ଗ୍ରାହକ ଠକ କଥାରେ ସନ୍ଦେହ ପ୍ରକାଶ କରି ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି। କିନ୍ତୁ ଠକ ବିଶ୍ୱାସ ଜନ୍ମାଇବା ପାଇଁ ନିଜର କର୍ମଚାରୀ ଆଇଡ଼ି ନମ୍ବର ମଧ୍ୟ ଦେଉଛି। ତଥାପି ସମ୍ପୃଖ୍ତ ବ୍ୟକ୍ତି ବିଭିନ୍ନ ପ୍ରଶ୍ନ ପଚାରୁ ଥିବାରୁ ଠକ ସ୍ୱର ବଦଳାଇ ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ କଥା ହେଉଛି ଏବଂଆକାଉଣ୍ଟ ବନ୍ଦ ହୋଇଯିବ ବୋଲି ଭୟଭୀତ କରାଉଛି । କିନ୍ତୁ ବ୍ୟକ୍ତି କୌଣସି ପ୍ରକାର ନମ୍ବର ନଦେବାରୁ ଠକ ଫୋନ କାଟିଦେଉଛି।

Comments are closed.