ଶୀତରେ ଥରୁଛି ସାରା ଓଡ଼ିଶା, ୧୧ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ବର: କିଛିଦିନ ହେବ ରାଜ୍ୟରେ ଶୀତ ଲହରୀ ବୃଦ୍ଧି ପାଇବାରେ ଲାଗିଛି। ଯାହାଫଳରେ ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟରେ ଅଧିକ ସ୍ଥାନରେ ପ୍ରବଳରୁ ଅଧିକ ପ୍ରବଳ ଶୀତର ପ୍ରଭାବ ଜାରି ରହିଛି।
ରାଜ୍ୟରେ ୧୧ ଡିଗ୍ରୀ ତଳେ ୧୧ ସହର ତାପାମତ୍ରା ରେକର୍ଡ଼ କରାଯାଇଛି। ୫.୫ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର। ଝାରସୁଗୁଡ଼ା ୭.୬, ବାରିପଦା ୮.୫, ଅନୁଗୁଳ ଓ କୋରାପୁଟରେ ୮.୬, ଦାରିଙ୍ଗବାଡ଼ି ୯, କେନ୍ଦୁଝରରେ ୯.୫, ଭବାନୀପାଟଣା ୯.୨ ବଲାଙ୍ଗୀର ୯.୪ ,ବୌଦ୍ଧ ୧୦.୫,କଟକ ୧୧ ଏବଂ ଭୁବନେଶ୍ୱରରେ ୧୩.୯ ଡିଗ୍ରୀ ରେକର୍ଡ଼ କରାଯାଇଛି।