Odisha Link
Bridging the Missing Links in Odisha

ଜଙ୍ଗଲରୁ ମୃତ ହାତୀ ଛୁଆ ଉଦ୍ଧାର

ଲଛିପୁର: ଆଜି ବନ ବିଭାଗ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ସୀମାରେ ଥିବା ବାରପାହାଡ଼ ସଂରକ୍ଷିତ ଜଙ୍ଗଲରୁ ଏକ ହାତୀଛୁଆର ଉଦ୍ଧାର କରିଛି। ହାତୀ ଛୁଆ ବୟସ ୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଗୋଟିଏ ହାତୀପଲ ଗତ କିଛି ଦିନ ହେଲା ଡୁଙ୍ଗୁରିପାଲି ଥାନା ଡୁମେରଖୋଲ ଅଞ୍ଚଳରେ ରହୁଥିଲେ। ଡୁମେରଖୋଲ ଗ୍ରାମର କିଛି ଲୋକ ଜଙ୍ଗଲ ଭିତରେ ବେଆଇନ ମଦ ରାନ୍ଧୁଛନ୍ତି।

ସେଥିପାଇଁ ଝରଣା ପାଖରେ ମହୁଲ ପୋଚ ରଖିଥିବା ଓ ତାକୁ ହାତୀ ଖାଇଥିବା କୁହାଯାଉଛି। ଫଳରେ ଫୁଡ୍‌ ପଏଜନିଂ ହୋଇ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ରବିବାର ରାଜପାଲି ଗ୍ରାମର କିଛି ଯୁବକ ଜଙ୍ଗଲକୁ ଭୋଜି କରିବାକୁ ଯାଇଥିବା ବେଳେ ସେଠାରେ ପ୍ରବଳ ଗନ୍ଧ ହେଉଥିବାରୁ ତିଲେଇମାଲ ଫରେଷ୍ଟରଙ୍କୁ ଖବର ଦେଇଥିଲେ। ଫରେଷ୍ଟର ଅଜୟ ବାରା ସଦଳବଳ ସେଠାରେ ପହଞ୍ଚି ବାରପାହାଡ଼ ଦେବୀଙ୍କ ଗୁମ୍ଫାର ଉପରପଟେ ପଡ଼ିଥିବା ହାତୀର ଶବକୁ ଉଦ୍ଧାର କରିଥିଲେ।

ପରେ ସୋନପୁର ଏସିଏଫ୍‌ ପ୍ରଫୁଲ୍ଲ ଧରୁଆ, ରେଞ୍ଜର, ମେଣ୍ତା ଫାଣ୍ତି ଅଧିକାରୀ ଓ ସିଡିଭିଓ ପହ‌ଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ହାତୀର ଶବ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି।

Comments are closed.