Odisha Link
Bridging the Missing Links in Odisha

ଆସନ୍ତା ବର୍ଷ ଖୋଲିବ ମା’ ଶାରଳା ମନ୍ଦିର ଓ ଗୋରେଖନାଥ ମନ୍ଦିର

ଜଗତସିଂହପୁର : କରୋନା କଟଣା କାରଣରୁ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ କରାଯାଇଥିଲା। ଜାନୁଆରୀ ୩ରେ ଜଗତସିଂହପୁର ଜିଲ୍ଲାର ପ୍ରମୁଖ ମନ୍ଦିର ମା’ ଶାରଳା ମନ୍ଦିର ଓ ଗୋରେଖନାଥ ମନ୍ଦିର ଖୋଲିଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି । କେବଳ ଜାନୁଆରି ୧୪ ତଥା ମକ ସଂକ୍ରାନ୍ତି ଦିନ ମନ୍ଦିର ବନ୍ଦ ରହିବ।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ପ୍ରତିଦିନ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ୮୦୦ ପର୍ଯ୍ୟନ୍ତ ଭକ୍ତ ଦର୍ଶନ ସୁଯୋଗ ପାଇପାରିବେ। ତେବେ ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ ବୟସ୍କଙ୍କୁ ଦର୍ଶନ ସୁଯୋଗ ମିଳିବ ନାହିଁ।

ପ୍ରତ୍ୟେକ ଦର୍ଶନାର୍ଥୀଙ୍କ ପାଇଁ ମାସ୍କ ପରିଧାନ, ଥର୍ମାଲ ସ୍କାନିଂ, ହାତ ସାନିଟାଇଜ କରିବା ବାଧ୍ୟତାମୂଳକ ହେବ । ପ୍ରତ୍ୟେକ ଦର୍ଶନାର୍ଥୀଙ୍କ ପାଇଁ ପରିଚୟପତ୍ର ଓ ବୟସ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ ହେବ । ଅନ୍ୟପକ୍ଷରେ ସମସ୍ତ ପୂକକ ଓ ସେବାୟତମାନଙ୍କ କରୋନା ପରୀକ୍ଷା କରାଯିବ ଓ ୨ ସପ୍ତାହ ପରେ ପୁଣି ପରୀକ୍ଷଣ କରାଯିବ ।

ଜିଲ୍ଲା ବାହାରର ଶ୍ରଦ୍ଧାଳୁ ୫ ଦିନ ଭିତରର କୋଭିଡ ନେଗେଟିଭ ଟେଷ୍ଟ ରିପୋର୍ଟ ଦେଖାଇବେ । ମନ୍ଦିରକୁ ଗୋଟିଏ ପଟେ ପ୍ରବେଶ ଓ ଅନ୍ୟପଟେ ପ୍ରସ୍ଥାନ କରାଯିବ।

Comments are closed.