Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ଢ଼େଙ୍କାନାଳ: ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାଟି ଓଡ଼ାପଡ଼ା ବ୍ଳକ୍ ଅନ୍ତର୍ଗତ ନାଣ୍ଡିପୁଲିଆରେ ଘଟିଛି।ମୃତକ ଜଣଙ୍କ ହେଲେ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମର ଗଙ୍ଗାଧର ସାହୁଙ୍କ ପୁତ୍ର ଜ୍ଞାନରଞ୍ଜନ ସାହୁ।

ସୂଚନା ଅନୁଯାୟୀ, ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଗୁଡିଆକାଟେଣୀ ଛକ ଠାରୁ ହିନ୍ଦୋଳ ଯିବା ରାସ୍ତା ନାଣ୍ଡିପୁଲିଆ ଠାରେ ଏକ ଅଜଣା ଗାଡ଼ି ଏକ ବଜାଜ ପ୍ଲାନଟିନା ବାଇକକୁ ଧକ୍କା ଦେବା ଫଳରେ ବାଇକ୍ ଆରୋହୀ ଜଣକର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି।

ଘଟଣାସ୍ଥଳରେ ମୋଟଙ୍ଗା ପୁଲିସ୍ ପହଞ୍ଚି ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

Comments are closed.