Odisha Link
Bridging the Missing Links in Odisha

କାର କଣ୍ଟେନର ଧକ୍କା , ୫ ଜୀବନ୍ତ ଦଗ୍ଧ

ଆଗ୍ରା: ୟମୁନା ଏକ୍ସପ୍ରେସରେ କଣ୍ଟେନର ସହ ଏକ କାର ଧକ୍କା ହେବା ଫଳରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି। ଏହି ଦୁର୍ଘଟଣାଟି ଆଜି ସକାଳେ ଉତ୍ତରପ୍ରଦେଶର ଆଗ୍ରାରେ ଠାରେ ଘଟିଛି। କଣ୍ଟେନରଟି ଭୁଲ ଦିଗରେ ଆସିଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି। ମୃତକମାନେ ଲକ୍ଷେ୍ନøର ହୋଇଥିବା ବେଳେ ସେମାନେ ଦିଲ୍ଲୀ ଯାଉଥିଲେ।

ପୁଲିସ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ଭୋର ୪ଟା ସମୟରେ ଘଟିଛି। ଉକ୍ତ କାରଟି ଆଗ୍ରାରୁ ଦିଲ୍ଲୀ ଯାଉଥିବା ବେଳେ ଭୁଲ ଦିଗରେ କଣ୍ଟେନରଟି ଆସିଯିବା ଫଳରେ ଦୁର୍ଘଟଣା ଘଟିଛି। କଣ୍ଟେନରର ଡ଼ିଜେଲ ଟ୍ୟାଙ୍କରେ କାର ଧକ୍କା ହେବା କାରଣରୁ କାରରେ ତୁରନ୍ତ ନିଆଁ ଲାଗି ଯାଇଥିଲା।

କାରରେ ହଠାତ ଓ ଜୋରରେ ନିଆଁ ଲାଗି ଯିବାରୁ କାର ଭିତରେ ଥିବା ଲୋକେ ବାହାରକୁ ଆସିବାକୁ ସୁଯୋଗ ପାଇନଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ସଭିଏଁ ନିଆଁରେ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ମୃତକଙ୍କ ମଧ୍ୟରେ ଏକ ଶିଶୁ, ଜଣେ ମହିଳା ଓ ୩ ଜଣ ପୁରୁଷ ବୋଲି ସୂଚନା ମିଳିଛି।

Comments are closed.