Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ଅଙ୍ଗନବାଡି କର୍ମୀ

ବ୍ରହ୍ମପୁର : ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଥିବା ଜଣାପଡିଛି। ବ୍ରହ୍ମପୁର ମହାନଗର ନିଗମ ଓ୍ବାର୍ଡ-୯ ଅଞ୍ଚଳର ଅଙ୍ଗନବାଡି କର୍ମୀ ନମିତା ଦଳେଇଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି ।

ସୂଚନା ଅନୁସାରେ, ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ନଗର ପ୍ରଥମ ଲାଇନ୍, ଗଣେଶ ନଗର ଚତୁର୍ଥ ଲାଇନ୍, ଭୁବନେଶ୍ବରଠାରେ ଦୁଇଟି ଆପାର୍ଟମେଣ୍ଟ, ସଂପର୍କୀୟଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଇଥିବା ବ୍ରହ୍ମପୁର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି ।

ତେବେ ଚଢାଉ ବେଳେ ବ୍ୟାଙ୍କ୍ ଖାତା ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଟିମ୍ । ତାଙ୍କର କେତେ ସମ୍ପତ୍ତି ଠାବ ହୋଇଛି ତାହାର ସଠିକ୍ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ ।

Comments are closed.