Odisha Link
Bridging the Missing Links in Odisha

ଆକାଶଙ୍କୁ ନୂଆ ବର୍ଷ ଶୁଭେଚ୍ଛା ଜଣାଇଲେ ଭାବୀ ପତ୍ନୀ!

ଭୁବନେଶ୍ବର: ଚାର୍ଟର ବିମାନ ଭଡ଼ା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକଙ୍କର ଚାରି ଦିନିଆ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ସୋମବାର ପୂର୍ବାହ୍ନରେ ଏସଡିଜେଏମ୍ କୋର୍ଟରେ ହାଜର ପରେ ସେ ଜେଲକୁ ଫେରିଛନ୍ତି। ଅପରପକ୍ଷେ ଆକାଶଙ୍କୁ କୋର୍ଟରେ ହାଜର କରାଯାଇ ଅଣା ଯାଉଥିବା ସମୟରେ ତାଙ୍କର ଭାବୀ ପତ୍ନୀ ବାହାରେ ଅପେକ୍ଷା କରିଥିଲେ।

ଏପରିକି କଡ଼ା ସୁରକ୍ଷା ବଳୟରେ ଥିବା ଆକାଶଙ୍କ ସହ କିଛି କଥା ହେବାକୁ ଚାହୁଁଥିଲେ। ହେଲ ତାହା ସମ୍ଭବ ହୋଇ ପାରି ନ ଥିଲା। ଆଖିର ଇସାରାରେ କିଛି କଥାବାର୍ତ୍ତା ହୋଇଥିଲେ। ତେବେ ନୂଆବର୍ଷର ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ ବୋଲି କୁହାଯାଉଛି। ଆକାଶଙ୍କୁ ପୁଲିସ ଗାଡ଼ିରେ ବସାଇ ନେଇ ଯାଇଥିଲା। ବିବାହର ମାତ୍ର ୧୫ ଦିନ ପୂର୍ବରୁ ଗିରଫ ଘଟଣାକୁ କେବେ ମଧ୍ୟ ସ୍ବପ୍ନରେ ଭାବି ପାରି ନ ଥିଲେ ଉଭୟ। ଏହି ଘଟଣାକୁ ସହଜରେ ହଜମ ମଧ୍ୟ କରିପାରୁ ନାହାନ୍ତି। ପୂର୍ବରୁ ମଧ୍ୟ ଥରେ ସେ କୋର୍ଟକୁ ଭେଟିବାକୁ ଆସିଥିଲେ।

Comments are closed.