Odisha Link
Bridging the Missing Links in Odisha

ପ୍ରତିମାସରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ଗୃହମନ୍ତ୍ରୀ ଅମିତ୍ ଶାହା

ପଶ୍ଚିମବଙ୍ଗ: ଆଗକୁ ଆସୁଛି ପଶ୍ଚିମବଙ୍ଗ ନର୍ବାଚନ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ମାନେ ନିଜ ନିଜ କସରତ ଆରମ୍ଭ କରିଦେଇଛନ୍ତି। ନିର୍ବାଚନ ପୂର୍ବରୁ ବିଜେପି ଓ କ୍ଷମତାରେ ଥିବା ଟିଏମସି ମଧ୍ୟରେ ଦେଖିବାକୁ ମିଳିଛି ଛକାପଞ୍ଝା ରାଜନୀତି। ଏହାକୁ ନଜରରେ ରଖି ପ୍ରତିମାସରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଏନଡିଏ ସରକାରରେ ଗୃହମନ୍ତ୍ରୀ ଥିବା ଅମିତ୍ ଶାହା ନିର୍ବାଚନ ପର୍ଯ୍ୟନ୍ତ ପ୍ରତିମାସ ପଶ୍ଚିମବଙ୍ଗ ଗସ୍ତରେ ଯିବେ ବୋଲି ଜଣାପଡିଛି।

ଏନେଇ କିଛି ବିଧିବଧ ସୂଚନା ମିଳିନଥିଲେ ବି ଏଭଳି ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ମାନେ। ଏହି କ୍ରମରେ ଆସନ୍ତା ଜାନୁଆରୀ ୧୨ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ପୁଣି ଯିବେ ଅମିତ୍ ଶାହା। ଏହି ଦିନ ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମ ଜୟନ୍ତୀ ଥିବାରୁ ଶାହା ସେଠାରେ ପହଞ୍ଚି ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସଂପର୍କରେ ଦଳ ମଧ୍ୟରେ ବିସ୍ତୁତ କାର୍ଯ୍ୟସୂଚୀର ଘୋଷଣା ମଧ୍ୟ କରିପାରନ୍ତି ! ଏହା ସହିତ ଏନେଇ ହାୱାଡା ନିକଟରେ ଥିବା ଷ୍ଟାଡିୟମରେ ଏକ ଜନସଭାର ଆୟୋଜନ କରାଯିବ।ଯଦିଓ ଏନେଇ ଔପଚାରିକ ଭାବେ ଘୋଷଣା କରାଯାଇ ନାହିଁ ତଥାପି ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଏଭଳି ସୂଚନା ପ୍ରଦାନ କରାଯାଇଛି ।

ପ୍ରକାଶ ଯେ, ଶାହା ଗତ ଶୁକ୍ରବାର ରାତିରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେ ରୋଡ ସୋ ଓ ବିଭିନ୍ନ ସ୍ଥାନରେ ଜନସଭାକୁ ଉଦବୋଧନ ଦେଇଥିଲେ। ତାଙ୍କ ଜନସଭା ବେଳେ ତୃଣମୂଳ କଂଗ୍ରେସର ଅନେକ ବିଧାୟକ, ସାଂସଦ ଓ ବରିଷ୍ଠ ନେତାମାନେ ଦିଦିଙ୍କ ହାତ ଛାଡି ବିଜେପିରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ଗସ୍ତ ଶେଷରେ ଶ୍ରୀ ଶାହା ଏକ ସାମ୍ବାଦିକ ସମ୍ମିଳନୀ କରି ଟିଏମସି ଓ ବାମପନ୍ଥୀ ଦଳ ମାନଙ୍କ ଉପରେ ବର୍ଷିବା ସହ ସେ କେବେ ବି ଏତେ ଲୋକଗହଳି ଭିତରେ ରାଲି କରିନଥିବା କଥା କହିଥିଲେ।

Comments are closed.