Odisha Link
Bridging the Missing Links in Odisha

ସ୍ବାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ସ୍ୱାଭିମାନ ଅଞ୍ଚଳରୁ ବିପୁଳ ବିସ୍ଫାରକ ସାମଗ୍ରୀ ଜବତ। ସ୍ୱାଭିମାନ ଅଞ୍ଚଳର ଆନ୍ଧ୍ର ଓଡ଼ିଶା ସୀମାରେ ଡିଭିଏଫ ଯବାନଙ୍କ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି। ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି। ଏହି ବିସ୍ଫୋରକ ମାଓ ସାମଗ୍ରୀଗୁଡିକୁ ମାଓବାଦୀମାନ ମାଟି ତଳେ ଲୁଚାଇ ରଖିଥିଲେ।

ଜବତ ବିସ୍ଫୋରକ ସାମଗ୍ରୀ ମଧ୍ୟରେ ଜିଲୋଟିନ, ୨୦ କିଲୋ କୋଡେକ୍ସ ତାର ,୧୨୦ଟି ଡିଟୋନେଟର, ୫୦ ମିଟର ଇଲେକ୍ଟ୍ରନିକ ତାର ଓ କିଛି ବହି ସମେତ ଗୁଳି ଓ ଟିଫିନ ବୋମା ଉଦ୍ଧାର ହୋଇଛି। ଏତେ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ପରେ ମାଓବାଦୀ ଏକ ବଡ଼ ଆକ୍ରମଣର ଯୋଜନା କରୁଥିବା ନେଇ ସନ୍ଦେହ କରାଯାଉଛି। ଆନ୍ଧ୍ର ଓଡିଶା ବୋର୍ଡର ଜୋନାଲ କମିଟି ମାଓ ସଙ୍ଗଠନ ଏହି ବିସ୍ପୋରକ ସାମଗ୍ରୀ ଗଛିତ ରଖିଛନ୍ତି।

Comments are closed.