କ୍ରିକେଟର ସୁରେଶ ରାଇନା ଗିରଫ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ସୁରେଶ ରାଇନା କରୋନା ନିୟମ ଉଲ୍ଲଘଂନ କରି ଗିରଫ ହୋଇଛନ୍ତି। ମହାରାଷ୍ଟ୍ରରେ ବିଳମ୍ବିତ ରାତି ଯାଏଁ ପାର୍ଟି କରୁଥିବାରୁ ପୋଲିସ କ୍ଲବ ଉପରେ ଚଢାଉ କରି ଗିରଫ କରିଥିଲା। ସୁରେଶ ରାଇନାଙ୍କ ସମତେ ଅନ୍ୟ ୩୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।
ଗିରଫ ବ୍ୟକ୍ତିଙ୍କ ମଧ୍ୟରେ କଣ୍ଠଶିଳ୍ପୀ ଗୁରୁ ରାନ୍ଧୱା ଓ ସୁସେନ ଖାନ ମଧ୍ୟ ଅଛନ୍ତି। ଗିରଫ ହେବା ପରେ ସମସ୍ତଙ୍କୁ ବେଲ୍ ମିଳିଥିବା ସୂଚନା ମିଳିଛି । ମୁମ୍ବାଇ ଏୟାରପୋର୍ଟ ପାଖରେ ଥିବା ଜେଡବ୍ଲୁ ମେରିୟଟ ହୋଟେଲରେ ଥିବା କ୍ଲବରେ ପାର୍ଟି ହେଉଥିଲା । ଏହି ପାର୍ଟିରେ କୋଭିଡ ନିୟମ ଉଲ୍ଲଘଂନ ହେଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା।
ରେଡ ବେଳେ କିଛି ଲୋକ କ୍ଲବର ପଛ କବାଟ ପଟେ ପଳାଇଥିଲେ। ପରେ ସୁରେଶ ରାଇନାଙ୍କ ସମେତ ୩୪ ଜଣଙ୍କୁ ଗିରଫ କରି ଆଇପିସି ଧାରା ୧୮୮, ୨୬୯ ଓ ୩୪ ଅନୁଯାୟୀ କେସ ଦାୟର କରିଥିଲା ପୋଲିସ।