ଲକ୍ଷାଧିକ ଟଙ୍କାର କାଠ ଗଣ୍ଡି ଜବତ

ମୋହନା: ଗଜପତି ଜିଲ୍ଲା ମୋହନା ବନ ବିଭାଗ ଏକ ମିନି ଟ୍ରକ ସହ କାଠ ଗଣ୍ଡ ଜବତ କରିଛି। ଜବତ କାଠର ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁସାରେ ଗତ କାଲି ମୋହନା ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ ଏକ ମିନି ଟ୍ରକ ରାସ୍ତା ପାର୍ଶ୍ୱରେ ଥିଲା। ବନ କର୍ମଚାରୀ ଏହାକୁ ଯାଞ୍ଚ କରିବା ପରେ ଟ୍ରକରୁ ୧୫ଟି ମୂଲ୍ୟବାନ କାଠ ଗଣ୍ଡି ଥିବା ଜଣାପଡିଥିଲା।
କାଠ ମାଫିଆ ଗାଡିକୁ ଛାଡି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ମୋହନା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି, ଅଭିଯୁକ୍ତକୁ ଧରିବା ପାଇଁ ସେହି ଅଞ୍ଚଳ ଅନେକ ସ୍ଥାନରେ ଚଢ଼ାଉ ଜାରି ରହିଛି ।