Odisha Link
Bridging the Missing Links in Odisha

ଡିଏଲ୍ ଆବେଦନ ପାଇଁ ବଢ଼ିଲା ସମୟ ସୀମା

ଭୁବନେଶ୍ୱର: ଲର୍ଣ୍ଣର୍ ଲାଇସେନ୍ସଧାରୀଙ୍କ ପାଇଁ ଏକ ଖୁସିଖବର ଆଣିଛନ୍ତି ଓଡ଼ିଶା ସରକାର। ଓଡ଼ିଶା ସରକାର ଡିଏଲ୍ ଆବେଦନ କରିବା ପାଇଁ ସମୟ ସୀମା ବଢ଼ାଇଛନ୍ତି। ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ ହେଉଥିବା ଲର୍ଣ୍ଣର୍ ଲାଇସେନ୍ସର ସମୟ ସୀମା ୨୦୨୧ ମାର୍ଚ୍ଚ ୩୧ ଯାଏଁ ବଢ଼ାଯାଇଛି। ଏହି ସମୟ ଭିତରେ ସେମାନେ ଡିଏଲ୍ ପାଇଁ ଆବେଦନ କରିପାରିବେ। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷରୁ ଏକ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଛି।

ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ଭାରତ ସରକାର ଫିଟନେସ୍, ଅନୁମତି, ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ ପ୍ରମାଣପତ୍ର ଇତ୍ୟାଦିର ବୈଧତା ବୃଦ୍ଧି ପାଇଁ ଏକ ଆଡଭାଇଜାରି ଜାରି କରିଥିଲେ।

Comments are closed.